ଟିପିଏନ୍‌ଓଡିଏଲ୍‌କୁ “ଡିଜିଟାଇଜେସନ୍‌ରେ ଉତ୍କର୍ଷତା’ ପାଇଁ ଇଟି ଏନର୍ଜି ଲିଡର୍‌ସିପ୍ ଆୱାର୍ଡସ୍‌ରେ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର ଉତର ଭାଗରେ ୨୦ ଲକ୍ଷ ଉପଭୋକ୍ତାକୁ ସେବା ପ୍ରଦାନ କରୁଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)କୁ ଇଟି ଏନର୍ଜି ଲିଡରସିପ୍ ଆୱାର୍ଡସ୍‌ରେ ଶକ୍ତି କ୍ଷେତ୍ର ବର୍ଗରେ “ଡିଜିଟାଇଜେସନରେ ଉତ୍କର୍ଷତା’ ପାଇଁ ମାନ୍ୟତା ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ କଂପାନି ତରଫରୁ ଟିପିଏନ୍‌ଓଡିଏଲ୍‌ର ଆଇଟି ଓ ଓଟି ମୁଖ୍ୟ ଶ୍ରୀ ତରୁଣ ବାତ୍ରା ଓ ଆର୍‌ସିଏମ୍ ମୁଖ୍ୟ ଶ୍ରୀ ରମେଶ କୌଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଉପଭୋକ୍ତାଙ୍କ ପାଇଁ ଡିଜିଟାଲ ଆପ୍ଲିକେସନ କାର୍ଯ୍ୟକାରୀ କରିବା ଓ ବିଦ୍ୟୁତ କ୍ଷେତ୍ରରେ ବ୍ୟବସାୟ ପ୍ରକ୍ରିୟାର ଡିଜିଟାଇଜେସନ୍ ପାଇଁ ବିଭିନ୍ନ ପ୍ରଯୁକ୍ତି ଗ୍ରହଣ କରିବା ପାଇଁ କଂପାନିର କାର୍ଯ୍ୟକ୍ରମଗୁଡ଼ିକୁ ଏହି ସମ୍ମାନଜନକ ମଂଚରେ ମାନ୍ୟତା ପ୍ରଦାନ କରାଯାଇଥିଲା ।
ଗ୍ରାହକମାନଙ୍କ ସୁବିଧା ପାଇଁ ଗତ ଦୁଇ ବର୍ଷରେ କଂପାନି ପକ୍ଷରୁ ବିଭିନ୍ନ ଡିଜିଟାଲ୍ ଟଚ୍‌ପଏଂଟ୍ ଶୁଭାରମ୍ଭ କରାଯାଇଥିବା ବେଳେ ଡିଜିଟାଲ୍ ପେମେଂଟ୍ ବିକଳ୍ପ, ଓସିଆର୍‌ଭିତିକ ମିଟର ରିଡିଂ ଆଦିରେ ଉନ୍ନତି ଅଣାଯାଇଛି । ଶ୍ରେଷ୍ଠ ମାନର ସେବା ପ୍ରଦାନ କରିବା ଏବଂ ଉପଭୋକ୍ତାମାନଙ୍କ ସାମଗ୍ରିକ ଅନୁଭୂତିରେ ରୂପାନ୍ତର ଲାଗି କଂପାନିର ରହିଥିବା ପ୍ରତିବଦ୍ଧତାର ଏହା ହେଉଛି ପ୍ରତିଫଳନ ।
ଏହି ପୁରସ୍କାରରେ ଶକ୍ତି କ୍ଷେତ୍ରକୁ ଆଗକୁ ବଢ଼ାଉଥିବା ଓ ଶିଳ୍ପକୁ ସ୍ୱରୂପ ପ୍ରଦାନ କରୁଥିବା ବିଭିନ୍ନ ବର୍ଗର ଶକ୍ତି କଂପାନି ଯଥା ଅକ୍ଷୟ ଶକ୍ତି, ତୈଳ ଓ ଗ୍ୟାସ, ବିଦ୍ୟୁତ, କୋଇଲା, ଷ୍ଟାର୍ଟଅପ୍‌, ଓଇଏମ୍ ଓ ପ୍ରଯୁକ୍ତି ପ୍ରଦାନକାରୀ ଆଦି ଏହି ପୁରସ୍କାର ବିତରଣ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଅଳ୍ପ ସମୟ ଭିତରେ କଂପାନି ବହୁ ପୁରସ୍କାର ହାସଲ କରିପାରିଛି ।
ଇକୋନମିକ୍ ଟାଇମ୍‌ସ ଏନର୍ଜି ଲିଡରସିପ୍ ଆୱାର୍ଡସ୍ ହେଉଛି ଏକ ସମ୍ମାନଜନକ ବାର୍ଷିକ ପୁରସ୍କାର ଯାହା ସମଗ୍ର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନକାରୀଙ୍କୁ ମାନ୍ୟତା ପ୍ରଦାନ କରୁଛି । ଶକ୍ତି ଶିଳ୍ପର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ପ୍ରତି ଉଲ୍ଲେଖନୀୟ ଅବଦାନ ପ୍ରଦାନ କରୁଥିବା ନେତୃତ୍ୱ ଓ ସଂସ୍ଥାଙ୍କୁ ଏଥିରେ ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

3 + thirteen =