ଟିପିଏସ୍ଓଡିଏଲ୍ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ

ସପ୍ତାହର ବିଷୟବସ୍ତୁ “ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜୁନ୍ ୨୬ରୁ ଦକ୍ଷିଣ ଓଡ଼ିଶାରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟ ଓ ସମସ୍ତ ୧୯ ଡିଭିଜନ (ମଣ୍ଡଳ)ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ବେଳେ ତାହା ୨୦୨୩ ଜୁଲାଇ ୨ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

“ବିଦ୍ୟୁତ ସୁରକ୍ଷା, ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ବିଷୟବସ୍ତୁ ଉପରେ ଆଧାରିତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ଓ ଶୂନ୍ୟ ଆଘାତର ଏକ ସଂସ୍କୃତିର ପ୍ରସାର କରିବା । କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀ ଓ ବିଜନେସ୍ ଆସୋସିଏଟ ମାନଙ୍କୁ ସୁରକ୍ଷା ଅଧିବେଶନ ଓ ତାଲିମ ଜରିଆରେ ସର୍ବଦା ନିଶ୍ଚିତ ରୂପେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଲାଗି ସଚେତନ କରାଯାଉଛି ।

ସୁରକ୍ଷାକୁ ଜୀବନଶୈଳୀରେ ପରିଣତ କରିବା ଏବଂ କାର୍ଯ୍ୟ କ୍ଷେତ୍ରରରେ ସୁରକ୍ଷା ଅଭ୍ୟାସକୁ ସମନ୍ୱିତ କରିବା ପ୍ରତି କର୍ମଚାରୀଙ୍କ ପ୍ରତିବଦ୍ଧତା ସ୍ୱରୂପ ଏହି ସପ୍ତାହ ପାଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

19 − 4 =