Thursday, October 29, 2026
ମନୋରଞ୍ଜନ

ରିଲରେ ସୁଶାନ୍ତ ରିଅଲରେ କିଏ ଜାଣନ୍ତୁ…

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଫିଲ୍ମ ‘ସିମ୍ବା’ର ସଫଳତାରେ ଏବେ ଖୁସି ମନାଉଛନ୍ତି। ଏହା ସହ ସାରା ଏବେ ତାଙ୍କ ନୂଆ ପ୍ରୋଜେକ୍ଟର ସିଲେକ୍ସନ୍ରେ ବ୍ୟସ୍ତ। କିନ୍ତୁ ଅଭିନେତ୍ରୀ ସାରାଙ୍କ ସହ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ସୁଶାନ୍ତଙ୍କ ଜନ୍ମଦିନରେ ସେ ତାଙ୍କ ଘରକୁ କେକ୍ ନେଇ ଯାଇଥିବା ବେଳେ ଦୁହେଁ ସାଥିରେ ଭୋଜନ କରିଥିଲେ । ଏହା ପରେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।
ତେବେ ଏ ସବୁ ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି ସାରା। ଏକ ସାକ୍ଷାତକାରରେ ସାରା ସୁଶାନ୍ତଙ୍କୁ ଡେଟ୍ କରିବା ଖବର ମିଛ ବୋଲି କହିବା ସହ ନିଜ ବୟଫ୍ରେଣ୍ଡ୍ଙ୍କ ନାଁ ଖୁଲାସା କରିଛନ୍ତି।
ସେ କହିଛନ୍ତି, ‘‘ମୋର ପ୍ରଥମ ବା ଗୋଟିଏ ପ୍ରେମିକ ଥିଲେ ବୀର ପହରିଆ। ତାଙ୍କଠାରୁ ଅଲଗା ହେବା ପରେ ମୁଁ ଏ ପର୍ୟ୍ୟନ୍ତ ଆଉ କାହାକୁ ଡେଟ୍ କରିନାହିଁ।

Share

Leave a Reply

Your email address will not be published. Required fields are marked *

1 × two =