ସ୍କୁଲ ପିଲାଙ୍କୁ ଜୋତା ପ୍ରଦାନ କଲେ ଟାଟା ଷ୍ଟିଲ୍ କର୍ମଚାରୀ, ଖୁସି ବାଣ୍ଟିଲେ

ଯାଜପୁର: ଟାଟା ଷ୍ଟିଲ୍ର ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ କାରଖାନା ପରିସରରେ ଥିବା ଚାର୍ଜ କ୍ରୋମ ପ୍ଳାଂଟ୍ ୟୁପି (ଏମ୍ଇ) ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍ଏଏମ୍ଡି) ର କର୍ମଚାରୀ ମାନଙ୍କ ପକ୍ଷରୁ ଜୋତା ପ୍ରଦାନ କରାଯାଇଛି। ସ୍କୁଲ ପିଲାମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ କରିବା ଲାଗି କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଏହି ଦାନ କାର‌୍ୟ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇ ଥିଲେ।

ଗୋଷ୍ଠୀ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ କମ୍ପାନୀର କର୍ମଚାରୀମାନେ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରିଥିଲେ। କର୍ମଚାରୀ ସ୍ୱେଚ୍ଛାସେବା କାର‌୍ୟ୍ୟକ୍ରମ ଅଧୀନରେ କଂପାନିର କର୍ମଚାରୀମାନେ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଅନେକ କୌତୁକ କାର‌୍ୟ୍ୟକ୍ରମ ଆୟୋଜନ କରାଯିବା ସହ ପୁରସ୍କାର ଓ ଜଳଖିଆ ବଂଟନ କରାଯାଇଥିଲା ।

କର୍ମଚାରୀମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ସାମଗ୍ରିକ ଉଦ୍ୟମରେ ନିଜର ଖୁସି ବ୍ୟକ୍ତ କରି ଟାଟା ଷ୍ଟିଲ୍ ଏଫ୍ଏଏମ୍ଡିର ଏକ୍ଜିକ୍ୟୁଟିଭ ଇନ୍-ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଆମେ ଆମ କାର‌୍ୟ୍ୟ କ୍ଷେତ୍ର ପରିସରର ଗୋଷ୍ଠୀ ସମୁଦାୟର କଲ୍ୟାଣ ସହିତ ସେମାନଙ୍କ ଅର୍ଥନୈତିକ ବିକାଶରେ ସହଯୋଗ ପ୍ରଦାନ କରିବା ଉପରେ ବିଶ୍ୱାସ କରୁ। ଭବିଷ୍ୟତର ଏହି ନାଗରିକଙ୍କୁ ଶିକ୍ଷା ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆବଶ୍ୟକତା ପୂରଣ କରିବା, ଆମର ସମାଜ ପ୍ରତି ଥିବା ଦାୟିତ୍ୱବୋଧକୁ ପ୍ରତିିଫଳିତ କରୁଛି ।’’

ଏହି କାର‌୍ୟ୍ୟକ୍ରମରେ ଟାଟା ଷ୍ଟିଲର ବିଭିନ୍ନ ବିଭାଗର କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍ ପକ୍ଷରୁ ସମ୍ପ୍ରତି ଚାଲିଥିବା ଏହି କର୍ମଚାରୀ ସ୍ୱେଚ୍ଛାସେବା କାର‌୍ୟ୍ୟକ୍ରମରେ କର୍ମଚାରୀମାନଙ୍କୁ ଗୋଷ୍ଠୀ କଲ୍ୟାଣମୂଳକ ଓ ଦାତବ୍ୟ କାର‌୍ୟ୍ୟରେ ପ୍ରତ୍ୟେକ୍ଷ ଭାବେ ଅଂଶଗ୍ରହଣ କରିବା ଲାଗି ଉତ୍ସାହିତ କରାଯାଉଛି।

ଆଜିର ଏହି କାର‌୍ୟ୍ୟକ୍ରମରେ ଏଫ୍.ଏ.ଏମ୍.ଡି. ଅପରେସନ ମୁଖ୍ୟ ଶିର୍ଷେନ୍ଦୁ ମୁଖାର୍ଜୀ, ମାନବ ସମ୍ବଳ ମୁଖ୍ୟ ରାଧିକା ସିଂ, ପ୍ରଶାସନ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀଙ୍କ ସହ କମ୍ପାନୀର ବହୁ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଥିଲେ।

Share

Leave a Reply

Your email address will not be published. Required fields are marked *

8 − 4 =