ସ୍ୱପ୍ନ ପାଇଁ ଅକ୍ଷୟ କୁମାରଙ୍କ ସଂଘର୍ଷ

ଆଜି ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ୫୧ତମ ଜନ୍ମଦିନ ।୧୯୬୭ ମସିହା ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିଲେ ଅକ୍ଷୟ କୁମାର ।ଅଭିନେତା ହେବାର ସ୍ୱପ୍ନ ନେଇ ସେ ମାୟାନଗରୀ ମୁମ୍ବାଇକୁ ଆସିଥିଲେ ।ହେଲେ ଅକ୍ଷୟ କୁମାରଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା ।ଏମିତି ବି ଦିନ ଥିଲା,ଯେତେବେଳେ ନାମୀଦାମୀ ପ୍ରଯୋଜକ ମାନେ ସେମାନଙ୍କ ପିଲ୍ମରେ ଅକ୍ଷୟ କୁମାରଙ୍କୁ ନେବାପାଇଁ ମନାକରିଦେଇଥିଲେ ।ଏପରିକି ଅକ୍ଷୟ କୁମାରଙ୍କ ଶଶୂର ମଧ୍ୟ ତାଙ୍କୁ ଫିଲ୍ମରେ ନେବାପାଇଁ ମନା କରିଦେଇଥିଲେ । ହେଲେ ସମୟକ୍ରମେ ଏବଂ ଅକ୍ଷୟ କୁମାରଙ୍କ ପରିଶ୍ରମରେ ଏବେ ସେ ଜଣେ ଆଗ ଧାଡିର ନାୟକ ।ସେ ବହୁ ଫିଲ୍ମରେ ସଫଳତା ଲାଭକରିଛନ୍ତି ।ଚଳିତ ବର୍ଷ ଅକ୍ଷୟ କୁମାର୍ ଅଭିନୀତ ୨ଟି ଫିଲ୍ମ (ପ୍ୟାଡମ୍ୟାନ ଏବଂ ଗୋଲ୍ଡ)ବକ୍ସ ଅଫିସରେ ଭଲ ବିଜିନେସ କରିଛି ।

Share

Leave a Reply

Your email address will not be published. Required fields are marked *

4 × 1 =