କାଲି ବଳ କଷାକଷି

ଭୁବନେଶ୍ବର () ଦିନକୁ ଦିନ ରାଜ୍ୟରେ ରାଜନୈତିକ ପାଣିପାଗ ଉଷ୍ମ ହେଉଛି । ରାଜ୍ୟର ତିନ ପ୍ରମୁଖ ଦଳର ଘନଘନ ପ୍ରଚାର ସାଙ୍ଗକୁ କେନ୍ଦ୍ରୀୟ ନେତାଙ୍କ ଗସ୍ତ ପାଣିପାଗକୁ ଆହିରୁ ଚଳଚଞ୍ଚଳ କରୁଛି । ଏହି କ୍ରମରେ ରାଜ୍ୟରେ ଆସନ୍ତାକାଲି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ ।

ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରାଉରକେଲା ଓ ଭବାନୀପାଟଣା ଗସ୍ତରେ ଆସୁଛନ୍ତି । ଦୁଇଟି ଯାକ ସ୍ଥାନରେ ସେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେଡି ପକ୍ଷରୁ ମଧ୍ୟ ଭୁବନେଶ୍ବରରେ ଏକ ବଡ ମିଶ୍ରଣ ପର୍ବର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତକୁ ଝଟକା ଦେବାକୁ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କୁ ବିଜେଡିରେ ମିଶାଇବାକୁ ଯୋଜନା ହୋଇଛି । ସେପଟେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରି ମଧ୍ୟ ଏକ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟରେ ଯୋଗଦେବାକୁ ଭୁବନେଶ୍ବର ଆସୁଛନ୍ତି ।

ଗୋଟିଏ ଦିନରେ ତିନି ତିନୋଟି ରାଜନୈତିକ କାର୍ଯ୍ୟକ୍ରମର ସମ୍ଭାବ୍ୟ ରାଜନୈତିକ ପ୍ରଭାବ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ ଆସନ୍ତାକାଲି କଂଗ୍ରେସ ସଭାପତି ଆସୁଛନ୍ତି  । ଆମ କାର୍ଯ୍ୟକ୍ରମକୁ ଦେଖି ବିଜେଡି ପୂର୍ବ ଥର ଭଳି ଏଥର ମଧ୍ୟ କାର୍ଯ୍ୟକ୍ରମ କରୁଛି । ଏହାର କିନ୍ତୁ କୈଣସି ପ୍ରଭାବ ପଡିବ ନାହିଁ, ଲୋକେ ବିଜେପି-ବିଜେଡି ଭିତିରି ସମ୍ପର୍କ କଥା ଜାଣିଛନ୍ତି । ଏହାର ଜବାବ ରଖିଛନ୍ତି ଉଭୟ ବିଜେପି ଓ ବିଜେଡି । ବିଜେପି ନେତା ପ୍ରଦିପ ପୁରୋହିତ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହିଁ ସରକାର ଗଢିବ । କଂଗ୍ରେସର ଗୋଟିଏ ପରେ ଗୋଟିଏ ନେତା ବିଜେଡି ମିଶି ଯାଉଛନ୍ତି । କଂଗ୍ରେସ ଆଗାମୀ ଦିନରେ ରାଜନୀତିରୁ ବିଲୁପ୍ତ ହୋଇଯିବ । ତେଣୁ ସିଧାସଳଖ ଲଢେଇ ବିଜେପି ଓ ବିଜେଡି ମଧ୍ୟରେ ହେବ । ଆଉ ବିଜେଡିର 19 ବର୍ଷର ବିଫଳ ସରକାରକୁ ଲୋକେ ଏଥର ଜବାବ ଦେବେ । ବିଜେପିର ମିଶନ 120କୁ ବିଜେଡି ଓ କଂଗ୍ରେସ କେହି ଅଟକାଇ ପାରିବେ ନାହିଁ ।

କଂଗ୍ରେସ ଓ ବିଜେପିର ଏଭଳି ଦାବିର ଜାବବ ରଖିଛନ୍ତି ବିଜେଡି ବିଧାୟକ ତଥା ମୁଖପାତ୍ର ପୁଷ୍ପେନ୍ଦ୍ର ସିଂଦେଓ । ସେ କହିଛନ୍ତି ଯେ ନିର୍ବାଚନ ବର୍ଷ ଥିବାରୁ ବିଭିନ୍ନ ଦଳ ନିଜର କାର୍ଯ୍ୟକ୍ରମ କରିବେ । ରାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ଜିଲ୍ଲା ରାଜନୀତିକୁ କୌଣସି ଭାବେ ପ୍ରଭାବିତ କରିପାରିବ ନାହିଁ । ଲୋକେ ଜାଣିଛନ୍ତି ତାଙ୍କ ପାଇଁ କିଏ ବିକାଶ କରୁଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ଶାଶନ କ୍ଷମତାକୁ ଆସିବ, ଏଥିରେ ସନ୍ଦେହ ନାହିଁ ।

Share

Leave a Reply

Your email address will not be published. Required fields are marked *

18 − four =