ଟାଟା ସଲ୍ଟ ପକ୍ଷରୁ “ନମକ ହୋ ଟାଟା କା, ଟାଟା ନମକ” ଆଧାରରେ ୧୧ଟି ସ୍ୱତନ୍ତ୍ର ବ୍ରାଣ୍ଡ ସିନେମା ଉନ୍ମୋଚନ

ଭୁବନେଶ୍ୱର: ଭାରତର ବ୍ରାଣ୍ଡେଡ୍ ଆୟୋଡାଇଜଡ୍ ଲୁଣ ବଜାରର ଅଗ୍ରଣୀ ଉତ୍ପାଦକ ସଂସ୍ଥା ଟାଟା ସଲ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି, ଯାହା ଏହାର ସ୍ୱତନ୍ତ୍ର ଜିଙ୍ଗଲ “ନମକ ହୋ ଟାଟା କା, ଟାଟା ନମକ” ଆଧାରରେ ପ୍ରସ୍ତୁତ ହୋଇଛି । ଏହି ଅଭିଯାନରେ ୧୧ଟି ସ୍ୱତନ୍ତ୍ର ବ୍ରାଣ୍ଡ ସିନେମାକୁ ଉନ୍ମୋଚନ କରାଯାଇଛିି । ଯାହା ଦେଶର ଯୁବବର୍ଗଙ୍କ ସହ ଯୋଡ଼ି ହେଉଥିବା ବେଳେ ଭାରତର ଭାବକୁ ମଧ୍ୟ ଧରି ରଖିଛି । ଏହାର ସିଗ୍ନେଚର ଟ୍ୟୁନ୍‌କୁ ବଜାୟ ରଖାଯାଇଥିବା ବେଳେ ନୂତନ ଢାଂଚାରେ ତାହାକୁ ଉପସ୍ଥାପନ କରାଯାଇଛି ।
“ନମକ ହୋ ଟାଟା କା, ଟାଟା ନମକ”ର ୨.୦ ସଂସ୍କରଣ ଗ୍ରାହକଙ୍କୁ ଆନନ୍ଦିତ ଓ ଚକିତ କରିବ । ଏହା ଦେଶରେ ଘରେ ଘରେ ସ୍ଥାୟୀ ଉପସ୍ଥିତିକୁ ଏକ ସତେଜ ଦୃଷ୍ଟିକୋଣ ଜରିଆରେ ପରିଚିତ କରାଇଛି । ଓଗିଲଭିଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନରେ ଗ୍ରାହକଙ୍କ ଦୈନନ୍ଦିନ ଜୀବନର ବିଭିନ୍ନ ମୁହୂର୍ତରେ ଜିଙ୍ଗଲ୍‌ର ଉପସ୍ଥିତିକୁ ଦର୍ଶାଉଥିବା ୧୧ଟି ସ୍ୱତନ୍ତ୍ର ଫିଲ୍ମ ପ୍ରସ୍ତୁତ କରାଯାଇଛି, ଯାହା ଏହାକୁ ଏକ ସର୍ବବ୍ୟାପୀ “ଦେଶ କା ନମକ” ବ୍ରାଣ୍ଡରେ ପରିଣତ କରିଛି ।
ଏହି ଅଭିଯାନ ଜରିଆରେ ଟାଟା ସଲ୍ଟ ପ୍ରତି ବର୍ଗର ଗ୍ରାହକଙ୍କ ସହ ସମ୍ପର୍କକୁ ଗଭୀର କରିବା ଏବଂ ଆଜିର ଗ୍ରାହକଙ୍କ ମୂଲ୍ୟବୋଧ ଓ ଅଭିଳାଷ ସହ ଯୋଡ଼ି ହେଉଥିବା ବ୍ରାଣ୍ଡ୍ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି ।
ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ୟାକେଜ୍ ଫୁଡ୍‌-ଇଣ୍ଡିଆ ଅଧ୍ୟକ୍ଷା ଦୀପିକା ଭାନ କହିଛନ୍ତି ଯେ, “ଟାଟା ସଲ୍ଟ ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ଦାୟିତ୍ୱବାନ ବ୍ରାଣ୍ଡ । “ଦେଶ କା ନମକ” ନାମରେ ଏହାର ପରମ୍ପରା ୪୦ ବର୍ଷରୁ ଅଧିକ ସମୟ ଧରି ଚାଲିଛି । ୧୯୮୦ ଦଶକରେ ଜନ୍ମ ନେଇଥିବା ଏହାର ଜିଙ୍ଗଲକୁ ନେଇ ଏହି ନୂତନ ଅଭିଯାନ ବ୍ରାଣ୍ଡର ସ୍ଥାୟୀ ଆକର୍ଷଣ ଏବଂ ସମୟ ସହିତ ବିକଶିତ ହେବାର କ୍ଷମତାକୁ ପ୍ରତିଫଳିତ କରୁଛି । ଏହି ପଦକ୍ଷେପ ଦ୍ୱାରା ଆମେ ଗ୍ରାହକଙ୍କ ସହିତ ଆମ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ସେମାନଙ୍କ ଜୀବନର ଅଂଶ ହେବା, ଉତମ ସ୍ୱାସ୍ଥ୍ୟ ଓ ପାରିବାରିକ ଖୁସିକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ସଲ୍ଟର ପ୍ରତିଶ୍ରୁତିବଦ୍ଧତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ ।”
ଓଗିଲଭିର ମୁଖ୍ୟ କ୍ରିଟିଭ୍ ଅଫିସର – ୱେଷ୍ଟ ଅନୁରାଗ ଅଗ୍ନିହୋତ୍ରୀ କହିଛନ୍ତି ଯେ, “ଆମ ଦେଶର ଅଧିକାଂଶ ଲୋକଙ୍କ ପାଇଁ ଲୁଣର ଅର୍ଥ ଟାଟା ସଲ୍ଟ ଏବଂ ଟାଟା ସଲ୍ଟର ଅର୍ଥ ହେଉଛି ବିଶ୍ୱାସ । ଏହା ପ୍ରେମ ଉପରେ ଗଠିତ ଏକ ବନ୍ଧନ । ନୂଆ “ଦେଶ କା ନମକ” ଅଭିଯାନ ବ୍ରାଣ୍ଡ୍‌ର ସେହି ଭଲପାଇବା ଏବଂ ବିଶ୍ୱାସକୁ ବଜାୟ ରଖିବ । ଆମେ ଲୋକଙ୍କ ସବୁଠାରୁ ପ୍ରିୟ ମଧ୍ୟରୁ ଗୋଟିଏକୁ ଟାଟା ସଲ୍ଟ ଟ୍ୟୁନ୍‌କୁ ଫେରାଇ ଆଣିଛୁ । ଏହି ଚଳଚ୍ଚିତ୍ର ଦୃଶ୍ୟରେ ଏକ ବିଲେଇ, ଏକ ନିର୍ବାଚନୀ ରାଲି ଏବଂ ଏହିପରି ଜିନିଷ ରହିଛି । ଆମେ ଆଶା କରୁଛୁ ଯେ ସମସ୍ତେ ନୂଆ “ଦେଶ କା ନମକ” ଅଭିଯାନକୁ ପସନ୍ଦ କରିବେ ଏବଂ ବ୍ରାଣ୍ଡକୁ ସଦାସର୍ବଦା ପସନ୍ଦ କରିବେ ।”

Share

Leave a Reply

Your email address will not be published. Required fields are marked *

two × 2 =