ଚିନ୍ତାରେ ଅର୍ଥଶାସ୍ତ୍ରୀ, କାହିଁକି କମିଲା ଅଭିବୃଦ୍ଧି

ନୂଆଦିଲ୍ଲୀ () ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି ଭାରତ । ତିନିମାସରେ ତଳକୁ ଖସିଲା ଜିଡିପିର ପାରଦ । କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଖସିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ବିଗତ ସାଢ଼େ ୬ ବର୍ଷ ମଧ୍ୟରେ ଭାରତୀୟ ଆର୍ଥାବସ୍ଥାର ଏହା ସବୁଠାରୁ କମ ଅଭିବୃଦ୍ଧି ବୋଲି ଜଣାପଡ଼ିଛି ।

ଗତ ଅଗଷ୍ଟ 8 ତାରିଖରେ ରିଜର୍ଭ ବ୍ୟାଙ୍କ ଅର୍ଥନୈତିକ ଅଭିବୃଦ୍ଧି ଅପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ 5.8 ରୁ 6.6 ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଥିଲା । ଏହା ଜୁନ ମାସରେ ହୋଇଥିବା ପୂର୍ବାନୁମାନ ଠାରୁ (6.4-6.7) କମ୍ ଥିଲା । ଆରବିଆଇ କହିଛି ଯେ ଏହି ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରକୃତ କାରଣ ଚିହ୍ନଟ କରିବା କଷ୍ଟକର ।

ମାନ୍ୟୁଫାକଚରିଂ କ୍ଷେତ୍ର ଏବଂ କୃଷି ବିକାଶ କ୍ଷେତ୍ରରେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ବୋଲି ରିପୋର୍ଟ କହୁଛି । ତେବେ ମାନ୍ୟୁଫାକଚରିଂ ବିକାଶ କ୍ଷେତ୍ରରେ ଗତ ୩ ମାସ ମଧ୍ୟରେ ଜିଡିପି ୧୨.୧ ପ୍ରତିଶ୍ରତରୁ ହ୍ରାସ ପାଇ ୦.୬ ପ୍ରତିଶତ ହୋଇଯାଇଛି । ସେହିଭଳି କୃଷି ବିକାଶ କ୍ଷେତ୍ରରେ ଜିଡିପି ୫.୧ ପ୍ରତିଶତରୁ ଖସି ୨ ପ୍ରତିଶତ ହୋଇଯାଇଛି ।

ସେପଟେ ଗତବର୍ଷ ପ୍ରକାଶ ପାଇଥିବା ତ୍ରିମାସ ଜିଡ଼ିପି ଥିଲା ୮.୨ ହେଲେ ୨୦୧୮-୧୯ ଆର୍ଥିକ ଜିଡ଼ିପି ଥିଲା ୫.୮ । ଯାହା ବର୍ତ୍ତମାନ ୫ ପ୍ରତିଶତ ରହିଛି । ତେବେ ଗତ ସାଢ଼େ ୬ ବର୍ଷ ମଧ୍ୟରେ ଚୂଡ଼ାନ୍ତ ତ୍ରୈମାସିକର ଅର୍ଥନୈତିକ ଫଳାଫଳ ସର୍ବନିମ୍ନ ବୋଲି କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି । ମାନ୍ୟୁଫାକଚରିଂ ବିକାଶ କ୍ଷେତ୍ରରେ ଗତ ୩ ମାସ ମଧ୍ୟରେ ଜିଡିପି ୧୨.୧ ପ୍ରତିଶ୍ରତରୁ ହ୍ରାସ ପାଇ ୦.୬ ପ୍ରତିଶତ ହୋଇଯାଇଛି । ସେହିଭଳି କୃଷି ବିକାଶ କ୍ଷେତ୍ରରେ ଜିଡିପି ୫.୧ ପ୍ରତିଶତରୁ ଖସି ୨ ପ୍ରତିଶତ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

7 − six =