ଶକ୍ତ ହେଉଛନ୍ତି ସରକାର …

ଭୁବନେଶ୍ୱର () ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟରେ କାମ କରିବା ସମୟ 10ଟାରୁ 5.30 ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏସହି ନିର୍ଦେଶ ଲାଗୁ ହେବାର ପ୍ରାୟ ମାସେ ବିତିଲେଣି ବି ବହୁ ସରକାରୀ କାର୍ଯ୍ୟାଳୟରେ ଏହାର ପାଳନ ହେଉନି। ଫଳରେ ଏବେ ବିଭାଗୀୟ ମୁଖ୍ୟମାନେ ଶକ୍ତ ହୋଇଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପୁଣିଥରେ ଏକ ନିର୍ଦେଶନାମା ଜାରି କରାଯାଇଛି । ଉପସଚିବ ଓ ତାଦୁର୍ଦ୍ଧ ଅଫିସରମାନେ ସକାଳ 10ଟା ସୁଦ୍ଧା ଅଫିସ ଆସିବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।

ସେହିଭଳି ସମବାୟ ନିବନ୍ଧକ ମଧ୍ୟ ସେହିଭଳି ଏକ ରିମାଇଣ୍ଡର ଜାରି କରିଛନ୍ତି । ଏହି ନିର୍ଦେଶନାମାରେ କୁହାଯାଇଛି ଯେ, ବିଳମ୍ବରେ ଆସିଲେ ସେହିଦିନକୁ ଅନୁପସ୍ଥିତ ଭାବେ ଗ୍ରହଣ କରାଯିବ । ଦୈନିକ ସେକ୍ସନ ମୁଖ୍ୟମାନେ ସକାଳ 10ଟା30 ସୁଦ୍ଧା ଉପସ୍ଥାନ ଯାଞ୍ଚ କରି 10ଟା 45 ସୁଦ୍ଧା ନିବନ୍ଧକଙ୍କ ପାଖକୁ ରିପୋର୍ଟ ପଠାଇବେ । ଯେଉଁମାନେ ନିୟମିତ ଅଫିସ ବିଳମ୍ବରେ ଆସୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Share

Leave a Reply

Your email address will not be published. Required fields are marked *

four × 4 =