ବଢିବ ବିଦ୍ୟୁତ ବୋଝ, ଦର ବୃଦ୍ଧି ପାଇଁ ଓଇଆରସିରେ ଆବେଦନ

ଭୁବନେଶ୍ବର (): ୨୦୧୯-୨0 ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବନି ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମେ ମାସରେ ଦେଇଥିବା ଆଦେଶର ପୁନର୍ବିଚାର କରିବାକୁ ଆବେଦନ କରିଛି ଗ୍ରୀଡକୋ। ଚଳିତ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଣ ଖର୍ଚ୍ଚ ଓ ରାଜସ୍ବ କ୍ଷତି ଭରଣା କରିବାକୁ ସରକାର ଆବେଦନ କରିଛି। ଗତ 20 ତାରିଖରେ ଗ୍ରୀଡକୋ ଏହି ଆବେଦନ କରିଛି ।

ଚଳିତ ୨୦୧୯-୨୦ ବର୍ଷ ପାଇଁ ଗ୍ରୀଡ଼ୋକ ୟୁନିଟ ପିଛା କେତେ ଟଙ୍କା ବିଜୁଳି କିଣିବ ଓ କେତେ ଟଙ୍କାରରେ ବିଜୁଳି ବିକ୍ରି କରିବ ସେ ବିଷୟରେ ଗତ ୨୦୧୯ ମାର୍ଚ୍ଚ 29 ତାରିଖରେ ଏକ ନର୍ଦ୍ଦେଶ ଦେଇ ସ୍ଥିର ହୋଇ ମେ 23 ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ନିଷ୍ପତି ହେଲା ଯେ ଗ୍ରୀଡ଼କୋ ବିଭିନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଯେଉଁ ବିଦ୍ୟୁତ କିଣିବି ୨୭୦.୪୭ ପର ୟୁନିଟ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହାକୁ ଗ୍ରୀଡ଼କୋ ଗ୍ରହଣ କରିନପାରି ବିଭିନ୍ନ ଆଳ ଦେଖାଇ ୟୁନିଟ ପିଛା ୩୨୬.୭୭ ଟଙ୍କା କରିବାକୁ ଆବେଦନ କରିଛି ।

ଓଇଆରସିଙ୍କୁ ଆବେଦନ କରି ଗ୍ରୀଡକୋ ଦର୍ଶାଇଛି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ କିଣା ଓ ବଣ୍ଟନ ବାବଦରେ ୟୁନିଟ ପିଛା ସର୍ବାଧିକ ୩୨୬ ଟଙ୍କା ୭୭ ପଇସା ହିସାବରେ ମୋଟ ୯ ହଜାର ୧୩୪ କୋଟି ୧୯ ଲକ୍ଷ ଟଙ୍କା ଆବଶ୍ୟକ। କିନ୍ତୁ ୟୁନିଟ ପିଛା ୨୭୦ ଟଙ୍କା ୪୭ ପଇସା ଦର ଧାର୍ଯ୍ୟ କରି ଓଇଆରସି ମୋଟ ୭ ହଜାର ୭୦୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ତଦନୁଯାୟୀ ଗ୍ରୀଡକୋକୁ ମାତ୍ର ୭ ହଜାର ୫୨୯ କୋଟି ୯୬ ଲକ୍ଷ ଟଙ୍କା ମିଳୁଛି। ଯାହାକି ମଞ୍ଜୁର ହୋଇଥିବା ଦର ଠାରୁ ୧୭୨ କୋଟି ୯୪ ଲକ୍ଷ ଟଙ୍କା କମ୍। ବିଦ୍ୟୁତ ପରିବହନ ଓ ବଣ୍ଟନ ବାବଦରେ ଗ୍ରୀଡକୋ ପୂର୍ବରୁ କରିଥିବା ଋଣ ଉପରେ ବି ସୁଧ ଦେଇପାରୁନି। କ୍ଷତି କମାଇବାକୁ ପ୍ରତିବର୍ଷ ଗ୍ରୀଡକୋ ଋଣ କରିଚାଲିଛି। ଯାହାପାଇଁ ସରକାର ମଧ୍ୟ ଗ୍ୟାରେଣ୍ଟର ପଡ଼ୁଛନ୍ତି ତଥାପି ଆର୍ଥିକ ସ୍ଥିତିରେ ସୁଧାର ଆସିପାରୁନି।

ଗ୍ରୀଡକୋର ଏଭଳି ଆବେଦନକୁ ଦେଖିଲେ ବିଦ୍ୟୁତ ମୂଲ୍ୟ ବଢିବାରେ ଆଶଙ୍କା ରହିଛି । ଏହି ବିଦ୍ୟୁତ ମୂଲ୍ୟ ବଢିଲେ ହାରହାରି ଗ୍ରାହକଙ୍କୁ ଅଧିକ ୫୬ ପଇସା ସେବାକୁ ପଡ଼ିବ ବୋଲି ଉପଭୋକ୍ତା ମହାସଂଘ ତରଫରୁ ଏହାର ତ୍ର୍ରୀବ୍ର ବିରୋଧ କରାଯିବ ବୋଲି ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥି ଦାବି କରିଛନ୍ତି । ସେ ମଧ୍ୟ ଏହି ଦାବି ଓଇଆଇସି ନିଟକରେ ଉପସ୍ଥାପନ କରିବା ପାଇଁ କହିଛନ୍ତି । ଗ୍ରୀଡ଼କୋ ହେଉଛି ସଂପୂର୍ଣ୍ଣ ଏକ ସରକାରୀ ସଂସ୍ଥା । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଦରକାର ବୋଲି ଉପଭୋକ୍ତା ମହାସଂଘ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three + seven =