ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ  । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି  । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି । କାଳକ୍ରମେ ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ  । ୧୮ ତାରିଖ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡା ମଧ୍ୟ ଉପକୂଳ ଛୁଇଁବାର ସୂଚନା ରହିଛି । ଏହି ସମୟରେ ପବନର ବେଗ ୫୫ରୁ ୭୫ କିମି ରହିବ । ସେପଟେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି । ଉତ୍ତର-ଉତ୍ତର ପୂର୍ବ ଦିଗ ମୁହାଁଇଥିବାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

4 × five =