କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି :କୁମ୍ବଲେ

ଭୁବନେଶ୍ୱର()  କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ଓଡ଼ିଶା ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍ ହେବାର ଆଶା ଦେଖାଯାଉଛି ।ଆଜି ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍ ହବ୍ ବକୃତାମାଳା’ରେ ଭାରତର ପୂର୍ବତନ କ୍ରିକେଟ କୋଚ୍ ଓ ଅଧିନାୟକ ଅନୀଲ କୁମ୍ବଲେ ଯୋଗ ଦେଇ କହିଛନ୍ତି ।

ଅନୀଲ କୁମ୍ବଲେ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ତୃଣମୂଳସ୍ତରରେ ଭିତ୍ତିଭୂମିକୁ ଦୃଢ଼ କରାଯିବାର ଆବଶ୍ୟକତା ରହିଛି । ଖେଳାଳି ଯେତେ ଅଧିକ ଖେଳିବେ ସେତିକି ଭଲ ପ୍ରଦର୍ଶନ କରିପାରିବେ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି ରାଜ୍ୟରୁ ଅଧିକ ଖେଳାଳି ବିଭିନ୍ନ ଖେଳକୁ ଆସି ନିଜ ପ୍ରତିଭାର ପରିଚୟ ଦେବାର ସମ୍ଭାବନା ରହିଛି । ତେଣୁ ଅଲିମ୍ପିକ୍ସ ଉପରେ ଆମର ଫୋକସ ଅଧିକ ରହିବା ଜରୁରୀ ବୋଲି କୁମ୍ବଲେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 5 =