ଫେମିନା ମିସ୍ ଇଣ୍ଡିଆ-୨୦୧୯ର ବିଜେତା ହେଲେ ସୁମନ

ମୁମ୍ବାଇ() ମିସ୍ ଇଣ୍ଡିଆ ୨୦୧୯ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି ବିଜୟ ମୁକୁଟ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ। ଏହାସହ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ପାଲଟିଛନ୍ତି। ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେର ଆୟୋଜନ ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ କରାଯାଇଥିଲା।

ବିଜେତା ହୋଇଥିବା ୨୨ ବର୍ଷୀୟା ସୁମନ ରାଓଙ୍କୁ ମିସ୍ ଇଣ୍ଡିଆ ୨୦୧୮ର ବିଜେତା ଅନୁକୃତି ବାସ ତାଜ୍ ପିନ୍ଧାଇଥିଲେ। ଚାଟାର୍ଡ ଆକାଉଣ୍ଟାଟର ପ୍ରସ୍ତୁତି କରୁଥିବା ସୁମନ ବିଜୟୀ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି ।

କରନ୍ ଜୋହର, ମନୀଷ ପୋଲ ଏବଂ ପୂର୍ବ ମିସ୍ ୱାଲର୍ଡ ମାନୁଷୀ ଚିଲ୍ଲର ହୋଷ୍ଟ କରିଥିଲେ। ହୁମା କୁରେସି, ରେମୋ ଡିସୁଜା, ଆୟୁଷ ଶର୍ମା ମୋନୀ ରାୟ, ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂ ମଧ୍ୟ ସେଠାରେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୩୦ ଜଣ ସନ୍ଦରୀ ଅଂଶଗ୍ରହଣ କରିଥିଲେ।

Share

Leave a Reply

Your email address will not be published. Required fields are marked *

six + 9 =