ଜିଏସଏଲଭି ଏଫ ୧୦ର ମିଶନ ବିଫଳ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ କରାଯାଇଥିବା ଜିଏସଏଲଭି ଏଫ ୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳେ ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହା ଉତକ୍ଷେପଣ କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଛି ବୋଲି ଇସ୍ରୋର ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି ।

ବିଶେଷଞମାନେ କହିଥିଲେ ବିଶେଷ କରି ଏହା ବାତ୍ୟା,ବାଦଲ ଫଟାବର୍ଷା, ବିଜୁଳି ଆଦି ଉପରେ ପୂର୍ବାନୁମାନେ କ୍ଷେତ୍ରରେ ବିଶେଷ କରି ଏହା ଉପଯୋଗ ହୋଇଥାନ୍ତା ବୋଲି କହିଥିଲେ ।ଏବଂ ଏହା ସହ ଉପଗ୍ରହଟି ଆସନ୍ତା ୧୦ ବର୍ଷ ପର‌୍ୟ୍ୟନ୍ତ କାମ କରିବ ବେପାଲି କୁହାଯାଉଥିବା ବେଳେ ଉପଗ୍ରହଟି ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବା ସମ୍ଭବ ହୋଇପାରିଲା ନାହିଁ ।

GSLV-F10 ମାଧ୍ୟମରେ ଋଙଝ-୩ ଲଞ୍ଚ ହେବା ପ୍ରକ୍ରିୟା ୧୮.୩୯ ମିନିଟ୍ ଧରି ଚାଲିଥିଲା। କିନ୍ତୁ ଋଙଝ-୩ ପୃଥକ ହେବା ପୂର୍ବରୁ, କ୍ରାୟୋଜେନିକ୍ ଇଞ୍ଜିନରୁ ସିଗ୍ନାଲ ମିଳିବା ବନ୍ଦ ହୋଇଯାଇଥିଲା। କିଛି ସମୟ ଧରି ବୈଜ୍ଞାନିକମାନେ ସିଗ୍ନାଲ ପାଇଁ ଅପେକ୍ଷା କରିଥିଲେ। ହେଲେ ଏହା ସମ୍ଭବ ହୋଇପାରି ନଥିଲା। ଶେଷରେ ମିଶନ ଫେଲ ମାରିଥିବା ଘୋଷଣା କରାଯାଇଥିଲା।

ଏହି ଜିଏସ୍ଏଲଭି-ଏଫ୧୦ ଦ୍ୱାରା ଆଜି ଉତକ୍ଷେପଣ ହୋଇଥିବା ଇଓଏସ୍-୩ର ଓଜନ ୨୨୬୮ କେଜି। ଏଯାଏ ଭାରତ ଉତକ୍ଷେପଣ କରିଥିବା ପୃଥିବୀ ନୀରିକ୍ଷଣ ସ୍ୟାଟେଲାଇଟ ମଧ୍ୟରୁ ଇଓଏସ୍-୩ ସବୁଠାରୁ ଭାରୀ।

Share

Leave a Reply

Your email address will not be published. Required fields are marked *

12 − 7 =