ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ବଲାଙ୍ଗୀର: ଆତ୍ମସମର୍ପଣ କଲେ ମହିଳା କ୍ୟାଡର ମାଓବାଦୀ। କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲିକ। ଅନେକ ମାଓ କାର‌୍ୟ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ।
ସୂଚନାନୁଯାୟୀ, କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ କାନ୍ତି ମଲିକ ଆତ୍ମସମର୍ପଣ କରିଛନ୍ତି। ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗରଙ୍ଗା ଗ୍ରାମରେ କାନ୍ତିଙ୍କ ଘର । ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର‌୍ୟ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ଜଙ୍ଗଲରେ ସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଟ ହୋଇପଡିଥିଲେ କାନ୍ତି । ସେହିପରି ନିୟମିତ ଭାବେ ପୋଲିସର ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେଉଥିବା କାରଣରୁ କେତେକାଂଶରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା କନ୍ଧମାଳ ପୋଲିସ ଏ ସ .ପି ଭିନିତ ଅଗ୍ରୱାଲ କହିଛନ୍ତି ।ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜର ସୁଯୋଗ ନେବା ପାଇଁ ମଧ୍ୟ ଏସପି ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =