ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଟା ଜାରୀ ରହିଛି । ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁକୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିର ବିକାଶକୁ ଶୀର୍ଷ ସ୍ଥାନରେ ପଂହଚାଇବା ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳର ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ତ୍ୱରିତ ବେଗରେ ସମ୍ପୁର୍ଣ୍ଣ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ, ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରି ଆବଶ୍ୟକତା ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଦୀର୍ଘ ୬ ମାସ ଧରି ରାଜ୍ୟ ଓ ଜିଲ୍ଲାସ୍ତରୀୟ ଉଚ୍ଚ ପଦାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ଘନ ଘନ ଗ୍ରସ୍ତ କରି ମୋ ସରକାର ଓ ୫ଟି ତତ୍ୱ ଆଧାରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନିତ ପାଇଁ ଆଲୋଚନା ଓ ସମୀକ୍ଷା ଜାରୀ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସ୍ୱତନ୍ତ୍ର ଉପସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତ କରିଛନ୍ତି । ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍ମ୍ରାର୍ଟ କ୍ଳାସ ରୁମ ବୁଲି ଦେଖିବା ସହ ଇ ଲାଇବ୍ରେରୀ, ବିଜ୍ଞାନଗାର, ନିର୍ମାଣଧିନ ଶ୍ରେଣୀ ପ୍ରକୋଷ୍ଠ ବୁଲି ଦେଖିଥିଲେ । ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଅଂଚଳରେ ନିର୍ମାଣଧିନ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସ୍ୱତନ୍ତ୍ର ଉପସଚିବ ଶୁଭ୍ରାଂଶୁ ମିଶ୍ରଙ୍କ ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲ।।ପାଳ ବିଜୟ ଅମୃତ କୁଲାଙ୍ଗେ, ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଂଜନ ସାହୁ, ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିଜେଡ଼ି ନେତା ପ୍ୟାରୀମୋହନ ପାଢି, ଅଜିତ ସୁବୁଦ୍ଧି, ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

four × five =