ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଉଦଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ୫ଟାରେ କଲେଜ କ୍ୟାମ୍ପସରେ ପହଞ୍ଚିବେ । କଲେଜ କ୍ୟାମ୍ପସ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଏଥିସହ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇବା କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା ସରିଛି । ପ୍ରଥମ ବ୍ୟାଚରେ ୧୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + three =