ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

କ୍ରମାଗତ ଭାବେ ୨୦ ବର୍ଷ ଧରି ଓଡିଶା ଶାସନର ଡୋରୀ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଯାଏଁ କିନ୍ତୁ ସରକାର ବିରୋଧୀ ହାୱା ତାଙ୍କୁ ଛୁଇଁ ପାରିନି । ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଜନସମର୍ଥନ ବଢୁଥିବା ଭଳି ତାଙ୍କର ଲୋକପ୍ରିୟତା ମଧ୍ୟ ଶୀର୍ଷରେ ରହିଛି । ୮୨.୯୬ ପ୍ରତିଶତ ବା ହାରାହରି ୮୩ ପ୍ରତିଶତ ଲୋକ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସରକାରର କାର୍ଯ୍ୟକ୍ରମକୁ ପସନ୍ଦ କରୁଛନ୍ତି । ପ୍ରତି ରାଜ୍ୟର ୩ହଜାର ଲୋକଙ୍କ ମତାମତ ନେଇ ଗତ ମେ ମାସରେ ସି-ଭୋଟର ପକ୍ଷରୁ ଏହି ସଭେର୍ ହୋଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ଜାତୀୟ ସ୍ତରରେ ହୋଇଥିବା ସଭେର୍ ଅାଧାରରେ ନବୀନ ପଟ୍ଟନାୟକ ଶେ୍ରଷ୍ଠ ପ୍ରଶାସକ ଓ ଶେ୍ରଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଥିଲେ । ଏବେ ପୁଣି ଥରେ ସେ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଲୋକପ୍ରିୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦେଶର ୬୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂତ୍ତ ଅବସରରେ ହୋଇଥିବା ଏହି ସଭେର୍ରେ ହିମାଚଳପ୍ରଦେଶର ୯୭.୪୬ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ପ୍ରକାଶ କରିଛନ୍ତି । ଓଡିଶାର ସେହିଭଳି ୯୫.୭୩ ପ୍ରତିଶତ ଲୋକ କେନ୍ଦ୍ରର ସହଯୋଗରେ ସନ୍ତୁଷ୍ଟ । ଛତିଶଗଡ, ଅାନ୍ଧ୍ରପ୍ରଦେଶ, ଝାରଖଣ୍ଡ ଅାଦି ରାଜ୍ୟର ସିଂହଭାଗ ଲୋକେ କେନ୍ଦ୍ରର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ହେଲେ ଗୋଅା, ହରିଅାନା ଓ କେରଳ ପରି ରାଜ୍ୟ ମୋଦିଙ୍କ କାର୍ଯ୍ୟରେ ନାଖୁସ । ସେହିଭଳି ହରିଅାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟି.ଏସ ରାୱତ ଓ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲୋକଙ୍କ ଦ୍ୱାରା ଗ୍ରହଣୀୟ ନୁହଁନ୍ତି ।

ଓଡିଶା ଭଳି ଅଣବିଜେପି ଶାସିତ ଛତିଶଗଡ, କେରଳ, ଅାନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନଙ୍କ ପଛକୁ ଅଛନ୍ତି । ନବୀନ ପରେ ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଛତିଶଗଡର ଭୁପେଶ ବାଘେଲା ଓ ତିନି ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି କରେଳ ମୁଖ୍ୟମନ୍ତ୍ରୀ ପାନାରାୟୀ ବିଜୟନ ।

Share

Leave a Reply

Your email address will not be published. Required fields are marked *

7 + 18 =