ଭାରତୀ ହେକ୍ସାକମ୍ ଲିମିଟେଡର ଆଇପିଓ ଏପ୍ରିଲ ୦୩ ବୁଧବାର ଖୋଲିବ

ଭୁବନେଶ୍ୱର: ଭାରତୀ ହେକ୍ସାକମ୍ ଲିମିଟେଡ୍ ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫର (ଆଇପିଓ)ର ବିଡ୍ ୨୦୨୪ ଏପ୍ରିଲ ବୁଧବାର ଖୋଲିବ ।
ଅଫର୍ ଫର୍ ସେଲରେ ଟେଲିକମ୍ୟୁନିକେସନ୍ କନସଲଟାଂଟସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ୭୫,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କାରଯିବ ।
ଆଙ୍କର ନିବେଶକଙ୍କ ପାଇଁ ବିଡିଂ ତାରିଖ ହେଉଛି ୨୦୨୪ ଏପ୍ରିଲ ୦୨ ହେବ । ଏହି ବିଡ୍ ୨୦୨୪ ଏପ୍ରିଲ ୦୫ ଶୁକ୍ରବାର ବନ୍ଦ ହେବ ।
ଏହି ଅଫରରେ ସେୟାର ପିଛା ମୂଲ୍ୟ ୫୪୨ ଟଙ୍କାରୁ ୫୭୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ଏଥିରେ ସର୍ବନିମ୍ନ ୨୬ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିହେବ ଏବଂ ୨୬ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ି ହେବ ।
ଏହି ଅଫରର ଉଦ୍ଦେଶ୍ୟ ହେଉଛି ଅଫର ଫର୍ ସେଲରେ ୭୫୦୦,୦୦୦ ଇକ୍ୱିଟି ସେୟାର ବିକ୍ରି ପାଇଁ ଅଫର ପ୍ରଦାନ କରିବା ଏବଂ ଷ୍ଟକ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର ତାଲିକାଭୁକ୍ତ କରିବା ।
ଏହି ଇକ୍ୱିଟି ସେୟାରଗୁଡିକ ୨୦୨୪ ମାର୍ଚ୍ଚ ୨୨ରେ କମ୍ପାନିର ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ ମାଧ୍ୟମରେ ପ୍ରଦାନ କରାଯାଉଛି ଯାହା ଦିଲ୍ଲୀ ଏବଂ ହରିୟାଣା ରେଜିଷ୍ଟ୍ରାର ଅଫ୍ କମ୍ପାନିରେ ଦାଖଲ କରାଯାଇଛି ଏବଂ ବିଏସଇ ଲିମିଟେଡ୍ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହି ଅଫରର ବୁକ୍ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ବିଓବି କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ ଏବଂ ଆଇଆଇଏଫଏଲ ସିକ୍ୟୁରିଟିଜ୍ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

eighteen − 13 =