ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗୋପାଳପୁରର କାଳିପଲ୍ଲୀରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

– ୩୦୬ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ
ଗୋପାଳପୁର: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗଂଜାମ ଜିଲ୍ଲାର କାଳିପଲ୍ଲୀ ଗ୍ରାମରେ ଏକ ବହୁବିଧ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ମେଡିକାଲ୍ ସହାୟତା ପ୍ରଦାନ କରିବା ।
୩୦୬ରୁ ଅଧିକ ରୋଗୀ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ସୁବିଧା ପାଇଥିଲେ ଯେଉଁଥିରେ ସାମିଲ ରହିଥିଲା ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, ଚକ୍ଷୁ ଏବଂ ଭେଷଜ । ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ୧୦ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାକୁ ଧାର୍ଯ୍ୟ କରାଯାଇଛି । କୁକୁଡ଼ା ଖଣ୍ଡି ବ୍ଲକ୍‌ର ସମଝୋଲାର ଶଙ୍କର ନେତ୍ରାଳୟ ସହଯୋଗରେ ଏହି ଚକ୍ଷୁ ଚିକିତ୍ସା ପ୍ରଦାନ କରାଯାଇଥିଲା ।
କାଳିପଲ୍ଲୀର ସରପଂଚ ବି ଲକ୍ଷ୍ମୀ ପାତ୍ର ଓ ଗ୍ରାମ ବିକାଶ କମିଟିର ମୋହନ ପାତ୍ର, ପିଆରଆଇ ସଦସ୍ୟ, ଶ୍ରୀ ରାମ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ୍ ୟୁଥ୍ କ୍ଲବ୍ ଏବଂ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦଙ୍କ ଅଂଶଗ୍ରହଣ ସହ ମିଳିତ ସହଯୋଗିତାରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।
ଟାଟା ଷ୍ଟିଲ୍ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ରକି ମାର୍ଟିନ ସଫଳତାର ସହ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଯାହାକୁ ସ୍ଥାନୀୟ ସମାଜର ବ୍ୟାପକ ସମର୍ଥନ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

three × four =