ନାବାଳିକା ଗର୍ଭବତୀ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ବର()

ରାଜଧାନୀରେ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ପ୍ରସଙ୍ଗରେ ଆଜି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ବାଚସ୍ପତି ଏହି ଘଟଣାକୁ ବିଚାର କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ବି ବିରୋଧୀ କଂଗ୍ରେସ ବିଧାୟକମାନେ ସ୍ପଷ୍ଟ ନିର୍ଦେଶ ଦାବି କରିଥିଲେ ।

ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ କହିଥିଲେ ଯେ, ରାଜଧାନୀର ଏକ ଆବାସିକ ଆଦିବାସୀ ଛାତ୍ରାବାସରେ ଏହି ଘଟଣା ଘଟିଛି । ସରକାର କିନ୍ତୁ ଏହାକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି । ଗତ ଶନିବାର ଛାତ୍ରାବାସର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି ।

କେବଳ ଏହି ଗୋଟିଏ ଘଟଣା ନୁହଁ, ଗତ ଜାନୁଆରୀ 12 ତାରିଖରେ କନ୍ଧମାଳର ଏକ ନାବାଳିକା ପାଇଖାନାରେ ଏକ ଶିଶୁକୁ ଜନ୍ମ କରିଥିଲେ । ଜାନୁଆରୀ 19 ତାରିଖରେ ଢେଙ୍କାନାଳର ଏକ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ 26 ତାରିଖରେ କନ୍ଧମାଳର ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭପାତ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଫେବୃଆରୀ ମାସରେ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ଘଟଣା ଘଟିଥିଲା ବୋଲି ସେ କହିଥିଲେ ।

ଆଦିବାସୀ ଛାତ୍ରୀନିବାସରେ 4 ଜଣ ନାବାଳିକା ଗର୍ଭବତୀ ହେଲେ କେମିତି । ଗୋଟେପଟେ ସରକାର ମାକୁ ସମ୍ମାନର କଥା କହୁଥିବା ବେଳେ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଛି । ଦୈନିକ ଦେଶରେ 7 ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ 6 ଜଣଙ୍କୁ ଦଣ୍ଡାଦେଶ ହେଉଛି ।

ବିଜେପି ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ଘଟଣାରେ ସରକାରଙ୍କ ଧର୍ମନିରପେକ୍ଷତାକୁ ସମାଲୋଚନା କରିଛନ୍ତି । ଝିଅର ପରିବାରକୁ ଧମକ ଓ ଅର୍ଥର ଲୋଭ ଦେଇ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ସେ ଦାବି କରିଥିଲେ ।

କଂଗ୍ରେସ ଓ ବିଜେପି ପ୍ରସଙ୍ଗ ଉଠାଇଛନ୍ତି ଏଥିରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

 

Share

Leave a Reply

Your email address will not be published. Required fields are marked *

ten − four =