ରାଜ୍ୟପାଳଙ୍କ ପାଇଁ ବିଧାନସଭା ଫାଟକ ବନ୍ଦ

କୋଲକାତା() ରାଜ୍ୟପାଳଙ୍କୁ ବିଧାନସଭା ମନା । ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିଲେ ହିଁ ତାଙ୍କୁ ମମତା ସରକାର ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେଇ ନାହାନ୍ତି।

ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଧନକାର ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ରେ ତାଲା ପଡ଼ିଥିଲା। ଏହାକୁ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଅନ୍ୟ ଗେଟ୍ ବାଟ ଦେଇ ବିଧାନସଭାରେ ପ୍ରବେଶ କରିଛନ୍ତି। ଭାରତୀୟ ରାଜନୀତିରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି।

ମଙ୍ଗଳବାର ଠାରୁ ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରହିଛି। ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଚାହିଁଥିଲେ। ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଭିଭିଆଇପି ଗେଟ୍ରେ ତାଲା ପଡ଼ିଥିଲା। ଶେଷରେ ରାଜ୍ୟପାଳ ବିଧାନସଭା ବାହାରେ ହିଁ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ଜଗଦୀପ କହିଛନ୍ତି, “ମୁଁ କେବେ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ନଥିଲି। ବିଧାନସଭା ମୁଲତବୀ ହୋଇଛି। ଏହାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ତଥାପି କାହିଁକି ଗେଟ୍ ବନ୍ଦ ରଖାଗଲା? ବିଧାନସଭା ମୁଲତବୀ ରହିଲେ ବି ଏହାର ପୂରା ସଚିବାଳୟ ଖୋଲା ରହିବା କଥା।

Share

Leave a Reply

Your email address will not be published. Required fields are marked *

2 + two =