ସିବିଆଇ ନିଜ ବୃତ୍ତିଗତ ମର୍ଯ୍ୟାଦା ରକ୍ଷା କରୁ : ନବୀନ

କୋରାପୁଟ : ପଶ୍ଚିମବଙ୍ଗରେ ସବିଆଇ ଓ ଟିଏମସି ମଧ୍ୟରେ ଚାଲିଛି ପାୱାର ପ୍ଲେ । ସିବିଆଇର ରାଜନୀତିକରଣକୁ ନେଇ ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଅଯଥା ରାଜ୍ୟ ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରି ଧାରଣାରେ ବସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ତେବେ ଧାରଣା ପ୍ରତ୍ୟାହୃତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟମଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଆଜି ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଘଟଣା ନେଇ ଟିଏମସି ଆମ ସହ ଯୋଗାଯୋଗ କରିନାହିଁ  । ଏପରିକି ଗତ ବର୍ଷେ ହେଲା ଟିଏମସି ତାଙ୍କ ସହ ଯୋଗାଯୋଗ କରିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ସିବିଆଇ ତା’ର ବୃତ୍ତିଗତ ମର୍ଯ୍ୟାଦା ରକ୍ଷା କରିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତକାଲି ଏହି ପ୍ରସଙ୍ଗରେ ବିଜେଡି ସଂସଦରେ ଏବଂ ରାଜ୍ୟରେ ସିବିଆଇର କାର୍ଯ୍ୟକୁ ନିନ୍ଦା କରିଥିଲା । ସିବିଆଇ ନିଜର ବୃତ୍ତିଗତ ନିରପେକ୍ଷତା ଏବଂ ସର୍ବଭୌମତ୍ବ ବଜାୟ ରଖିବା ଉଚିତ ବୋଲି କହିଥିଲେ ବିଜେଡି ସାଂସଦ ଭର୍ତ୍ତୃହରୀ ମହତାବ । ଏଥିସହିତ ସିବିଆଇ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାରେ ଗତ ପଂଚାୟତ ନିର୍ବାଚନ ଏବେ 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତାମାନଙ୍କୁ ନୋଟିସ କରୁଛି ବୋଲି ମଧ୍ୟ ସେ କହିଥିଲେ ।

ଅନ୍ୟପଟେ ସିବିଆଇ-ମମତା ବିବାଦ ନେଇ ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ସାମ୍ନାରେ ହାଜର ହୁଅନ୍ତୁ କୋଲକାତା ପୋଲିସ କମିସନର୍ ରାଜୀବ କୁମାର । ସିବିଆଇର ପଚରାଉଚରାରେ ରାଜୀବ ସହଯୋଗ କରନ୍ତୁ । ତେବେ ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

Share

Leave a Reply

Your email address will not be published. Required fields are marked *

5 × five =