ଆଜି ନିର୍ବାଚିତ ହେବେ ନାଏବ ସରପଞ୍ଚ

 ଆଜିଠୁ ପଞ୍ଚାୟତ ବ୍ୟବସ୍ଥାର ପରୋକ୍ଷ ନିର୍ବାଚନ । ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ପଞ୍ଚାୟତରେ ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ତେବେ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମଧ୍ୟ ମହିଳା ରହିପାରିବେ ।

ଆଜି ନାଏବ ସରପଞ୍ଚ ନିର୍ବାଚନ ଶେଷ ହେବା ପରେ ଆସନ୍ତାକାଲି ବ୍ଲକ ଅଧ୍ୟକ୍ଷ ଓ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ ହେବ । ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଦାଖଲ ହେବ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ସବୁ ଜିଲ୍ଲା ପରିଷଦ ବିଜେଡି ଗଠନ କରିବ ସ୍ପଷ୍ଟ ହୋଇ ସାରିଥିଲା ବେଳେ ୩୧୪ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

Share

Leave a Reply

Your email address will not be published. Required fields are marked *

18 − two =