ଦୂର ହେବ ଶୀତଳ ଭଣ୍ଡାର ସମସ୍ୟା,ରାଜ୍ୟରେ ନିର୍ମାଣ ହେବ ୧୦୦୦ ଶୀତଳ ଭଣ୍ଡାର:ରଣେନ୍ଦ୍ର ପ୍ରତାପ

ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ କହିବା ମୁତାବକ, ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ, ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି । ତେବେ ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବାକୁ ସମ୍ଭବ ନୁହେଁ । ଏହାକୁ ଅଚଳରୁ ସଚଳ କରିବା ବ୍ୟୟବହୁଳ ଅଟେ । ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ନୂଆ କରି ୧୦୦୦ ଶୀତଳିକରଣ ଗୃହ ନିର୍ମାଣ ହେବ । ଯାହାକି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱଂୟ ସହାୟକ ଗୋଷଅଠୀଙ୍କ ପରିଚାଳନାରେ ଏହି ଶୀତଳିକରଣ ଗୃହ ଚାଲିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀମାନେ ତାଙ୍କ ଅମଳ ହୋଇଥିବା ପନିପରିବା କିଛି ଦିନ ପର‌୍ୟ୍ୟନ୍ତ ରଖିପାରିବେ । ଏହାକୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

sixteen − 9 =