ଭଣ୍ଡୁର ହେଉଛି ଦାମଙ୍କ ବିଜେଡି ବିରୋଧି ସଭା

ଭୁବନେଶ୍ୱର () ବିଜେଡିରୁ ବହିସୃତ ହେବା ପରେ ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ସରକାର ଓ ବିଜେଡି ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ ସଭାସମିତି କରିବା ପାଇଁ ବାହାରିଛନ୍ତି  । କିନ୍ତୁ ସେ ଦୁର୍ନୀତି ବରୋଧି ସମାବେଶ ନାଁରେ ଯେତେସବୁ ସଭାସମିତିକୁ ଯାଉଛନ୍ତି ସେ ସ୍ଥାନୀୟ ଲୋକଙ୍କର ସେ ବିରୋଧର ସମ୍ମୁଖୀନ ହେଉଛନ୍ତି । ନିଜ ଜିଲ୍ଲା ଜଗତସିଂହପୁର ଠାରୁ ଆରମ୍ଭ କରି ମୟୁରଭଂଜ ଓ କଟକ ଜିଲ୍ଲାର ନିଆଳିରେ ଏବେ ସେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି ।

୨ଦିନ ତଳେ ବାରିପଦାର ଛଉ ପଡିଆ ଠାରେ ଦୁର୍ନୀତି ବିରୋଧି ସମାବେଶରେ ଭାଷଣ ଦେଉଥିବା ବେଳେ ଜଣେ ଯୁବକ ତାଙ୍କୁ ଫୁଲତୋଡା ଦେବା ନାଁରେ ସଭାମଂଚ ଉପରକୁ ଆସି ତାଙ୍କୁ ବୈଜୟନ୍ତ ପଣ୍ଡଙ୍କ ସମ୍ପର୍କରେ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରିପକାଇଥିଲେ ଯାହାଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ସୃଷ୍ଟି ହୋଇଥିଲା । ଉଦ୍ୟକ୍ତାମାନେ ଉକ୍ତ ଯୁବକକୁ ମଂଚରୁ ଟାଣିଆଣି ପୋଲିସ ଜିମା ଦେଇଥିଲେ ଯାହାଫଳରେ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା ।

ଆଜି ସେହିପରି ସେ କଟକ ଜିଲ୍ଲା ନିଆଳିକୁ ଏକ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ସଭାମଂଚ ନିକଟରେ ଅଙ୍ଗନବାଡି କର୍ମୀମାନେ ହାତରେ ଦାମ ବିରୋଧି ପ୍ଲାକାର୍ଡମାନ ଧରି ରାଲି କରିବା ଫଳରେ ଦାମ ସେଠାରେ ମଧ୍ୟ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଥିଲେ । ଅତୀତରେ ଦାମ ମନ୍ତ୍ରୀ ଥିବା ବେଳେ ଅଙ୍ଗନବାଡି କର୍ମୀଙ୍କ ସମ୍ପର୍କରେ କେତେକ ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ଏହି ଅଙ୍ଗନବାଡି କର୍ମୀମାନେ ସମାବେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଦାମଙ୍କୁ ବିରୋଧ କରିଥିଲେ । ସ୍ଥାନୀୟ ନିଆଳି ହାଇସ୍କୁଲ ପଡିଆରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ସଭା କିଛି ସମୟ ଚାଲିବା ଭିତରେ ବାହାରୁ ଦାମଙ୍କ ସଭାମଂଚ ଉପରକୁ ଅଣ୍ଡାମାଡ ବି ହୋଇଥିବା ଖବର ମିଳିଛି ।

Share

Leave a Reply

Your email address will not be published. Required fields are marked *

five × 5 =