ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ହୋଇପାରେ ଯୁଦ୍ଧ ବିରତି

ହେବ କି ଯୁଦ୍ଧ ବିରତି ? ଋଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା । ତୁର୍କୀର ଆଣ୍ଟାଲ୍ୟାରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦାଇମେତ୍ରୋ କୁଲେବା ଓ ଋଷ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ହୋଇଛି । ତୁର୍କୀ ମଧ୍ୟସ୍ଥତାରେ ୟୁକ୍ରେନ ଓ ଋଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା । ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ଏହି କଥାବାର୍ତ୍ତାରୁ କଣ ନିଷ୍କର୍ଷ ବାହାରିବ ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

୧୦ଟି ସହରରୁ ବେସାମରିକ ଲୋକଙ୍କୁ ଖାଲି କରିବାକୁ ୟୁକ୍ରେନ ସାମୟିକ ଯୁଦ୍ଧ ବିରତି ଚାହୁଁଥିବା କୁହାଯାଉଛି । ସାମୟିକ ଯୁଦ୍ଧ ବିରତି ବେଳେ ପ୍ରାଦେଶିକ ରାଜଧାନୀ ସୁମି, ମାରିୟୁପୁଲ, ଭୋଲନୋଖା, ଇଜୁମ, ଖାରକିଭ୍‌ର ଓବ୍ଲାଷ୍ଟ, ବୁକା, ବୋରଦୟଙ୍କା ଓ ଇରପିନରୁ ବେସାମରିକ ନାଗରିକଙ୍କୁ ଖାଲି କରିବା ପାଇଁ ୟୁକ୍ରେନ ଯୋଜନା କରିଛି । ପୂର୍ବରୁ ଋଷ-ୟୁକ୍ରେନ ପ୍ରତିନିଧି ସ୍ତରୀୟ ତୃତୀୟ ରାଉଣ୍ଡ କଥାବାର୍ତ୍ତା ଫେଲ ମାରିଥିଲା। ବେଲାରୁଷ ସୀମାରେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ପୂର୍ବରୁ ୨ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

 

Share

Leave a Reply

Your email address will not be published. Required fields are marked *

one × two =