ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର() ଡିସେମ୍ଵର ୨୭ରେ ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ବିପିସିଏଲ ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହେବ। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ।

୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଉପକୃତ ହେବେ।

Share

Leave a Reply

Your email address will not be published. Required fields are marked *

4 × 5 =