କରୋନାକୁ ନେଇ ନୂଆ ତଥ୍ୟ, କରୋନା ନେଲାଣି ୫୦ ହଜାର ଜୀବନ

ନୂଆଦିଲ୍ଲୀ() ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ମୃତ୍ୟୁ ସଂଖ୍ୟା ୯୦୪ କୁ ବୃଦ୍ଧି ହୋଇଥିବା ବେଳେ ୪୦ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି ।

ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି ମୃତ୍ୟୁକୁ ନେଇ ନୂଆ ତଥ୍ୟ । ଯାହାକି ସମସ୍ତଙ୍କ ହୋସ୍ ଉଡାଇ ଦେବ । ଏହି ତଥ୍ୟ ରଖିଛନ୍ତି ନିଜେ ଜଣେ ଚୀନ ନାଗରିକ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁଓ ୱେଙ୍ଗୁଇ ।

ସେଠାରୁ ଥାଇ ସେ କରୋନାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚୀନର ପୋଲ୍ ଖୋଲିଛନ୍ତି । ଗୁଓ ୱେଙ୍ଗୁଇ ଦେଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା କରୋନାରେ ଚୀନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ରହିଛି । ଆକ୍ରାନ୍ତ ସଂଖ୍ୟା ଦେଢ ଲକ୍ଷରେ ପହଞ୍ଚିଛି । ହେଲେ ସତ ଲୁଚାଉଛନ୍ତି ଚୀନ ସରକାର । ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସେ ଏପରି ତାଜୁବ କଲା ପରି ରିପୋର୍ଟ ପାଇଲେ କେଉଁଠାରୁ ? ଏନେଇ ବି ବିଦେଶୀ ଗଣମାଧ୍ୟମରେ ଭରସା ଯୋଗ୍ୟ ତଥ୍ୟ ରଖିଛନ୍ତି ।

ସୂଚନା ଅନୁସାରେ ଚୀନର ଉହାନ ସହରରେ ରହିଛି ୪୯ଟି ଶବାଗାର । ଯେଉଁଠି ଗତ ୧୭ ଦିନ ଧରି ଏଠାରେ କର୍ମଚାରୀ ଦିନ ରାତି ୨୪ ଘଂଟା ଧରି ଶବ ପୋଡି ଚାଲିଛନ୍ତି । ସେହି ଠାରୁ ମିଳିଥିବା ତଥ୍ୟ ଅନୁସାରେ ଦୈନିକ ୧୨ ଶହ ଶବ ପୋଡାଯାଉଛି । ଏହା ହେଉଛି କେବଳ ଗୋଟିଏ ସହରର ତଥ୍ୟ । ଏହି ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଉହାନ ସହରର ଏପରି ସ୍ଥିତି ଦେଖି ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + seventeen =