ଜେନ୍‌-ଜିଙ୍କୁ ‘ଭୋଟ୍ ରେଜିଷ୍ଟ୍ରେସନ୍‌’ ପାଇଁ ପ୍ରତ୍ସାହିତ କରିବା ଦିଗରେ ଟାଟା ଏଆଇଏ ପକ୍ଷରୁ “ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ

ଭୁବନେଶ୍ୱର : ଟାଟା ଏଆଇଏ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ ଲିଃ (ଟାଟା ଏଆଇଏ), ଭାରତର ଏକ ଅଗ୍ରଣୀ ଜୀବନ ବୀମା କମ୍ପାନୀ ନିକଟରେ “ଭୋଟ୍ କାର୍ନେ-କୋ ତେୟାର୍‌” ନାମକ ଏକ ଅଭିନବ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଯୁବ ଭାରତୀୟଙ୍କୁ, ବିଶେଷ କରି ପ୍ରଥମ ଥର ଭୋଟରମାନଙ୍କୁ ଭୋଟ୍ ଦେବା ପାଇଁ ପଞ୍ଜୀକୃତ କରିବାକୁ ଏବଂ ତା’ପରେ ନିଜ ନିଜ ସ୍ଥାନରେ ନିର୍ବାଚନ ଦିନ ଭୋଟ୍ ଦେବାକୁ ପ୍ରତ୍ସାହିତ କରିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ଜାତୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟର ଭାବନା, ସାମାଜିକ ସମସ୍ୟା ପ୍ରତି ସେମାନଙ୍କର ଚେତନାକୁ ବୃଦ୍ଧି କରିବ । ଗୋଟିଏ ସମୟରେ ଯେଉଁଠାରେ ଜେନ୍‌-ଜି ସ୍ଥିରତା, ସଡକ ସୁରକ୍ଷା ଏବଂ ସାଇବର ସଚେତନତା ଭଳି ବିଷୟ ପ୍ରତି ଅଧିକ ସଚେତନତା ପ୍ରଦର୍ଶନ କରୁଛନ୍ତି, ଅନୁରୂପଭାବେ ଟାଟା ଏଆଇଏ ଦେଶର ଭବିଷ୍ୟତ ଗଠନରେ ସେମାନଙ୍କ ଭାଗିଦାରି ସୁନିଶ୍ଚିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

“ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ ଡିଜିଟାଲି ସକ୍ରିୟ ଯୁବକମାନଙ୍କୁ ଅନ୍ତର୍ଭୁକ୍ତ କରୁଛି, ଯେଉଁମାନେ ଅନଲାଇନ୍ ବିଷୟବସ୍ତୁର ଉପଭୋକ୍ତା ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଟନ୍ତି । ସେମାନଙ୍କ ମଧ୍ୟରୁ ୯୦% ରୁ ଅଧିକ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବା ସ୍ୱୀକାର କରି, ଟାଟା ଏଆଇଏ ଏହି ଡିଜିଟାଲ୍ ଯୋଗଦାନକୁ ବ୍ୟବହାର କରି ନାଗରିକ ଅଂଶଗ୍ରହଣର ଦାୟିତ୍ୱ ପ୍ରତିପାଦନ କରିବାକୁ ଅନୁପ୍ରାଣିତ କରୁଛି । ଏହି ପିଢ଼ିର ନୈତିକତା ସହିତ ମେଳ ଖାଉଥିବା ଡିଜାଇନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଅଭିଯାନରେ ଜଡିତ ବିଷୟବସ୍ତୁର ପ୍ରସାର ପାଇଁ ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ବ୍ୟବହାର କରୁଛି । “ଭୋଟ୍ କାର୍ନେ-କୋ ତେୟାର୍‌” ହ୍ୟାସ-ଟ୍ୟାଗକୁ ନିୟୋଜିତ ସହ, ଟାଟା ଏଆଇଆର ଲକ୍ଷ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ଭାରତର ଯୁବ ନାଗରିକ ଭାବରେ ସେମାନଙ୍କର ସକ୍ରିୟ ଭୂମିକା ଉପରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରିବା ।

ଟାଟା ଏଆଇଏର ଅତ୍ୟଧିକ ବ୍ରାଣ୍ଡ୍ ଥିମ୍ “ହର ୱାକ୍ତ କେ ଲିୟା ତୟାର” ଓ ‘ତୟାରି’ (ପ୍ରସ୍ତୁତତା) ର ସଂକଳ୍ପକୁ ଏକତ୍ର କରି ଏହି ଅଭିଯାନ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୋଟ୍ ଦେବା ପାଇଁ ନିଜକୁ ପଞ୍ଜୀକୃତ କରି ପ୍ରସ୍ତୁତ ହେବା ପାଇଁ ଅନୁପ୍ରଣିତ କରୁଛି । ଏହା ସେମାନଙ୍କୁ ନିର୍ବାଚନ ଦିନ ଭୋଟ୍ ଦେବାକୁ ଏବଂ ସେମାନଙ୍କର ତଥା ଦେଶର ଭବିଷ୍ୟତ ସୁରକ୍ଷିତ କରିବାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଛି । 

ଯେହେତୁ ଭାରତ ଏକ ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରଭାଗରେ ଆନିତ ହୋଇଛି, ଟାଟା ଏଆଇଏ “ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ ପରି ପଦକ୍ଷେପ ମାଧ୍ୟମରେ ନାଗରିକ ଯୋଗଦାନର ଦାୟିତ୍ୱ ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏକତ୍ରୀତ ସକରାତ୍ମକ ପରିବର୍ତ୍ତନକୁ ଅନୁକରଣ କରିବାକୁ ଏବଂ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳ, ସମୃଦ୍ଧ ଭବିଷ୍ୟତ ପାଇଁ ମାର୍ଗ ପ୍ରସସ୍ଥ କରିବା ଦିଗରେ ଚେଷ୍ଟିତ ।

Share

Leave a Reply

Your email address will not be published. Required fields are marked *

thirteen + one =