ବାଲିଗୁଡା ଜିଏସ୍‌ଏସ୍‌ରୁ ୩୩ କେଭି ଧାମରା ଓ ବିଦେଇପୁର ଫିଡର୍‌ର ଚାର୍ଜିଂ ସୁବିଧା ଶୁଭାରମ୍ଭ

ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)ର ଭଦ୍ରକ ସର୍କଲ୍ ଅଧୀନସ୍ଥ ଧାମରା ବିଦ୍ୟୁତ ସବ୍‌-ଡିଭିଜନ୍‌ର ଗ୍ରାହକମାନଙ୍କ ପାଇଁ ଧାମରା ୩୩/୧୧ କେଭି ଧାମରା ପିଏସ୍‌ଏସ୍ ଓ ୩୩/୧୧ କେଭି ବିଦେଇପୁର ପିଏସ୍‌ସ୍‌ରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ପିଏସ୍‌ଏସ୍ ପାଇଁ ୩୩ କେଭିର ଉତ୍ସ ଓପିଟିସିଏଲ୍‌ର ସୋରରେ ଥିବା ଗ୍ରିଡ୍ ଥିଲା ଯାହା ପ୍ରାୟ ୧୦୦ କିଲୋମିଟରରେ ଦୂରରେ ରହିଛି । ୩୩ କେଭି ଫିଡରର ଲମ୍ବ ଏତେ ଅଧିକ ରହୁଥିବା କାରଣରୁ ବିଦ୍ୟୁତ ପହଂଚୁଥିବା ସ୍ଥାନରେ ଅତ୍ୟଧିକ ଲୋ ଭୋଲଟେଜ୍ ରହୁଥିଲା । ଧାମରା ପିସ୍‌ଏସ୍‌ରେ ୩୩ କେଭି ମିଳିବା ଆଶା ଥିବା ବେଳେ ୧୬ କେଭି ଓ ବିଦେଇପୁର ପିଏସ୍‌ଏସ୍‌ରେ ୧୧ କେଭି ଆଶା ବଦଳରେ ୫ କେଭି ମିଳୁଥିଲା ।
ଏହି ଅଂଚଳରେ ବିଦ୍ୟୁତ ବଂଟନ ଆରମ୍ଭ ହେବା ପରଠାରୁ ବହୁ ବର୍ଷ ଧରି ଧାମରା, ଦୋସିଙ୍ଗା, ବାଂଶଦା, କଇଥକୋଲା, ଚାନ୍ଦିନୀପାଲା, କରଞ୍ଜମାଳା, କର୍ଣ୍ଣପଲ୍ଲୀ, ପଂଚୁଟିକ୍ରି, ବାଲିମୁଣ୍ଡା, ଗୋପବନ୍ଧୁନଗର, ବିଦେଇପୁର, କରଜଗାଡ଼ିଆ, ବୀଣାଭାବେନଗର, ଗୋବିନ୍ଦପୁର, ଅନ୍ଦୁଳ, ନଇକାନିଡିହି, ରାଜଘରପୋଖରୀର ଗ୍ରାହକମାନେ ଲୋ ଭୋଲ୍‌ଟେଜ୍ ସମସ୍ୟା ସାମ୍ନା କରୁଥିଲେ ।
ଓପିଟିସିଏଲ୍ ପକ୍ଷରୁ ୨୨୦/୧୩୨/୩୩ କେଭି ବାଲିମୁଡା ଗ୍ରିଡ୍ ଏସ୍‌/ଏସ୍‌କୁ କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠାରେ ୧୩୨/୩୩ କେଭି ବିଦ୍ୟୁତ ଟ୍ରାନ୍ସଫରମର ଚାର୍ଜ କରାଯାଇଥିବା ବେଳେ ୨୦୨୩ ଜୁନ୍ ୬ରୁ ୩୩ କେଭି ଯୋଗାଣ ଉପଲବ୍ଧ କରାଯାଇଛି । ଏହି ଅଂଚଳରେ ରହିଥିବା ଲୋ ଭୋଲଟେଜ୍ ସମସ୍ୟାର ସମାଧାନକୁ ଅଗ୍ରାଧିକାର ଦେବା ଲକ୍ଷ୍ୟ ନେଇ ବାଲିମୁଣ୍ଡା ଗ୍ରିଡ୍‌ରୁ ବିଦ୍ୟୁତ ଯୋଗାଣକୁ ଖାଲି କରିବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ସମାନ୍ତରାଳ ଭାବେ ନୂଆ ୩୩ କେଭି ଲାଇନ୍ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ସେହି ଅନୁସାରେ ୨୦୨୩ ଜୁନ୍ ୧୬ରେ ବାଲିମୁଣ୍ଡା ଗ୍ରିଡ୍ ଏସ୍‌/ଏସ୍‌ରୁ ଡାମରା ପିଏସ୍‌ଏସ୍ ଓ ବିଦେଇପୁର ପିଏସ୍‌ଏସ୍‌ର ନୂଆ ୩୩ କେଭି ଲିଙ୍କ୍ ଲାଇନ୍‌କୁ ଚାର୍ଜ କରାଯାଇଥିଲା । ଫଳରେ, ଏବେ ଧାମରା ଓ ବିଦେଇପୁର ପିଏସ୍‌ଏସ୍‌କୁ ପହଂଚୁଥିବା ଭୋଲ୍‌ଟେଜ୍ ୩୩ କେଭିକୁ ବୃଦ୍ଧି ପାଇଛି ।
ଏହି ଏଅଂଚଳର ପୁରୁଣା ଲୋ ଭୋଲ୍‌ଡେଜ୍ ସମସ୍ୟା ଏହା ଦ୍ୱାରା ସମାଧାନ ହୋଇଥିବା ବେଳେ ଧାମରା ଅଂଚଳ ପାଇଁ ଏବେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଉପଲବ୍ଧ ହୋଇଛି ।
ସେହିପରି, ଟିପିଏନ୍‌ଓଡିଏଲ୍ ପକ୍ଷରୁ ଚାନ୍ଦବାଲି ଗ୍ରିଡ୍ ସବ୍‌-ଷ୍ଟେସନ୍‌ରୁ ଧାମରା ପିଏସ୍‌ଏସ୍‌କୁ ଏକ ନୂଆ ୧୭ କିମି ଲିଙ୍କ୍ ଲାଇନ୍‌ର ନିର୍ମାଣ କରାଯାଉଛି ଯାହାର କାର୍ଯ୍ୟ ୨ ମାସରେ ଶେଷ ହେବ ବୋଲି ଆଶା କରାଯାଉଥିବା ବେଳେ ତାହା ଧାମରା ଅଂଚଳର ଭୋଲ୍‌ଟେଜ୍‌ରେ ଉନ୍ନତି ଆଣିବ ।
ଏମ୍‌/ଏସ ପିଆର୍‌ଡିସି ପକ୍ଷରୁ କରାଯାଇଥିବା ଲୋଡ୍ ଫ୍ଲୋ ସର୍ବେକ୍ଷଣ ଅନୁସାରେ ନିକଟ ଭବିଷ୍ୟତରେ ଭଣ୍ଡାରୀ ପୋଖରୀରେ ଆଉ ଏକ ୨୨୦/୧୩୨/୩୩ କେଭି ଗ୍ରିଡ୍ ସବ୍‌ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯିବାର ଯୋଜନା ରହିଛି ଯାହା ଧାମନଗର ଅଂଚଳର ଲୋ ଭୋଲ୍‌ଟେଜ୍ ସମସ୍ୟାର ସମାଧାନ କରିବ ।
ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ବାଲିମୁଣ୍ଡା ଗ୍ରିଡ୍ ସବ୍‌ଷ୍ଟେସନକୁ ସୋର ଗ୍ରିଡ୍ ସବ୍‌-ଷ୍ଟେସନର ୩୩ କେଭି ଲାଇନ୍ ସହ ଯୋଡ଼ି ଭଦ୍ରକ ଜିଲ୍ଲାର ଧାମରା ଅଂଚଳର ସମସ୍ତ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିବାରୁ ଆମେ ବେଶ ଆନନ୍ଦିତ । ଆମେ ଆଶା କରୁଛୁ ଯେ ଏହା ସହିତ ଭଦ୍ରକ ଜିଲ୍ଲାର ନେଟ୍‌ୱର୍କରେ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ଜରିଆରେ ଟିପିଏନ୍‌ଓଡିଏଲ୍ ସମସ୍ତ ବାସିନ୍ଦାଙ୍କୁ ଅଧିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିପାରିବ । ବାଲିମୁଣ୍ଡା ଗ୍ରିଡ୍ ସବଷ୍ଟେସନକୁ କାର୍ଯ୍ୟକ୍ଷମ କରିବା ଲାଗି ସହାୟତା ପ୍ରଦାନ କରିଥିବାରୁ ଓପିଟିସିଏଲ୍ ପ୍ରତି ଆମେ କୃତଜ୍ଞତା ଜଣାଉଛୁ ।’’

Share

Leave a Reply

Your email address will not be published. Required fields are marked *

eight + 1 =