ପୁରୀ, ଖୋର୍ଦ୍ଧାରେ କାଳବୈଶାଖୀ ପ୍ରଭାବ; ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯାଇଛି

ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ଓ ପୁରୀରେ ହୋଇଥିବା କାଳବୈଶାଖୀ ଝଡ଼ ଯୋଗୁଁ ଗଛ ଭାଙ୍ଗିବା ଓ ବିଦ୍ୟୁତ୍ ଖୁଂଟ ବଙ୍କା ହୋଇଯିବା କାରଣରୁ ଏହି ଅଂଚଳର ପ୍ରାୟ ୪୦,୦୦୦ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ।
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌)ର ରକ୍ଷଣାବେକ୍ଷଣ ଓ ମରାମତି ଟିମ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ବିଦ୍ୟୁତ୍ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରିଛନ୍ତି ।
କାଳବୈଶାଖୀ ଼ରେ ଗଛ ଉପୁଡ଼ିବା ଓ ବିଦ୍ୟୁତ୍ ଖୁଂଟ ବଙ୍କା ହୋଇଯାଉଥିବାରୁ ବିଦ୍ୟୁତ୍ ଯୋଗାଣ ନେଟ୍‌ୱର୍କରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ, ଯାହା ଫଳରେ ବିଦ୍ୟୁତ୍ ଯୋଗାଣରେ ବିଭ୍ରାଟ ଦେଖାଦିଏ ।
ଟିପିସିଓଡିଏଲ୍ ଏହାର ମୂଲ୍ୟବାନ ଗ୍ରାହକମାନଙ୍କୁ ଏଭଳିି ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

thirteen + 10 =