ଆଇନ ଓ ସମ୍ୱିଧାନ କାହାର ଗୁଲାମ ନୁହେଁ : ଶିବସେନା

ମୁମ୍ବାବ() ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଆଜି ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ଅନେକ ପ୍ରଶ୍ନ କରିଛି।

ଶିବେସେନା କହିଛି, ‘ରାଷ୍ଟ୍ରପତି ଶାସନ କ’ଣ ତୁମ ପକେଟରେ ଅଛି କି? ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ଆବଶ୍ୟକ ରବର ଷ୍ଟାମ୍ପ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଅଛି କି? ଯଦି ମହାରାଷ୍ଟ୍ରରେ ଆମର ଶାସନ ନଆସିବ ତାହେଲେ ବିଜେପି ଷ୍ଟାମ୍ପ ଲଗାଇ ରାଷ୍ଚ୍ରପତି ଶାସନ ଅଘୋଷିତ ସମୟ ପାଇଁ ଲଗାଇ ପାରେ। ସୁଧୀର ମୁଙ୍ଗନତିୱାରଙ୍କ ଧମକର ଅର୍ଥ ଏଭଳି ଜନତା ବୁଝିବା ଉଚିତ କି?’

ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାର କହିଥିଲେ, ୭ ତାରିଖ ମଧ୍ୟରେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦାବି ନ ଜାଣିବେ, ତା’ହେଲେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ କ୍ଷମତା ଦଖଲ ପାଇଁ ଭୋଟ ଦେଇ ନାହାନ୍ତି ବରଂ ମେଣ୍ଟ କରିଥିବା ଦଳକୁ ଦେଇଛନ୍ତି’। ଏହାପରେ ବିଜେପିକୁ କାଉଣ୍ଟର କରିବାକୁ ଯାଇ ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଏଭଳି ପ୍ରଶ୍ନ କରିଛି ବିଜେପିକୁ।

ଶିବସେନା ଆହୁରି କହିଛି, ‘ମହାରାଷ୍ଟ୍ରରେ ସରକାର କାହିଁକି ଗଢ଼ା ଯାଇ ପାରୁନାହିଁ, ଏହାର କାରଣ କିଏ କହିବ? ବିଜେପିର ନେତା ହିଁ ଘୋଷଣା କରିଛନ୍ତି ତାଙ୍କ ଦଳର ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ତାହେଲେ ସରକାର ଗଢ଼ିବା ପାଇଁ କାହିଁକି ଦାବି କରୁନାହାନ୍ତି ବୋଲି ଶିବସେନା ପ୍ରଶ୍ନ କରିଛି। ଶିବସେନା ପ୍ରଶ୍ନ କରିଛି ବିଜେପିକୁ। ଆଉ ସରକାର ନଗଢ଼ି ପରି ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ମୋଗଲଙ୍କ ଭଳି ଧମକ ଦେବାର ଅର୍ଥ କ’ଣ? ଆଇନ ଓ ସମ୍ୱିଧାନ କାହାର ଗୁଲାମ ନୁହେଁ’। ମହାରାଷ୍ଟ୍ରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଆଜି ଯେଉଁ ବିବାଦ ଛିଡ଼ା ହୋଇଛି ସେଥିପାଇଁ ଶିବସେନା ଦାୟୀ ନୁହେଁ ବୋଲି ‘ସାମ୍ନା’ ଜରିଆରେ ଶିବସେନା ସ୍ପଷ୍ଟ କରିଛି।

Share

Leave a Reply

Your email address will not be published. Required fields are marked *

fourteen − 14 =