ଭିଡ଼ ସମୟରେ ଟ୍ରେନରେ ନଚଢ଼ିପାରିଲେ କ୍ଷତିପୂରଣ ଦେବ ରେଳ ବିଭାଗ

ନୂଆଦିଲ୍ଲୀ() ଏଣିକି ଭିଡ କାରଣରୁ ଟ୍ରେନରେ ଚଢି ନ ପାରିଲେ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ । ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ କୌଣସି ପ୍ରକାର କ୍ଷତି ହୁଏ ତେବେ ମଧ୍ୟ ରେଳ ବିଭାଗ ଆପଣଙ୍କୁ କ୍ଷତିପୂରଣ ଦେବ ।

ଆଇନଜୀବୀଙ୍କର କହିବା ମୁତାବକ ଯେଉଁ ଯାତ୍ରୀଙ୍କ ପାଖରେ ଯାତ୍ରାର ନିଶ୍ଚିତ ବା କନଫର୍ମ ଟିକଟ ରହିଛି ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାର ଦାୟିତ୍ୱ ରେଳ ବିଭାଗର ହୋଇଥାଏ । ସଂରକ୍ଷିତ ସିଟର ଯାତ୍ରୀମାନଙ୍କୁ ସେମାନଙ୍କ ସିଟ ପାଖରେ ପହଂଚାଇବା ବି ରେଳ ବିଭାଗର ଦାୟିତ୍ୱ ହୋଇଥାଏ।

ରେଲୱେ ସହ ସମ୍ବଦ୍ଧିତ ମାମଲାର ଶୁଣାଣି ପାଇଁ ରେଲୱେ କ୍ଳେମ୍ସ ଟ୍ରିବୁନାଲ ଗଠନ କରାଯାଇଛି । ଏହି ସବୁ ମାମଲାରେ ଆପଣ କ୍ଳେମ୍ସ ଟ୍ରିବୁନାଲର ସାହାଯ୍ୟ ନେଇପାରିବେ । ସେହିପରି କଂଜୁମର ଫୋରମ ଯିବାର ମଧ୍ୟ ଅଧିକାର ଥାଏ ।

Share

Leave a Reply

Your email address will not be published. Required fields are marked *

thirteen − six =