ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର() ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ବର୍ଷା ହେବା ସହ ପବନର ବେଗ ୩୦ରୁ ୪୦ ରହିବ ।
ସେପଟେ ତାତି ବଢୁଥିବାବେଳେ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ପଶ୍ଚିମ ଓଡିଶା, କେନ୍ଦ୍ରୀୟ ଓଡିଶା ଓ ଦକ୍ଷିଣ ଓଡିଶା ଗରମରେ ସିଝୁଛି । ତାପମାତ୍ରା ହ୍ରାସ ପାଉଥିଲେ ବି ଏହାର ପ୍ରଭାବ ତାତି ଉପରେ ପଡୁନାହିଁ । ପ୍ରବଳ ଗରମ ଯୋଗୁଁ ଦିନ ୧୦ଟା ହେଲେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି ।

Share

Leave a Reply

Your email address will not be published. Required fields are marked *

three × 3 =