ଆସିଲା ଶ୍ରୀମନ୍ଦିରର ନୂଆ ଏସଓପି

ପୁରୀ: ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର । ପୂର୍ବରୁ ସପ୍ତାହରେ ୫ଦିନ କାଳିଆ ଦର୍ଶନ କରୁଥିବାବେଳେ ଏବେ ୬ଦିନ ଖୋଲା ରହିବ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସାନିଟାଇଜେସନ ଲାଗି କେବଳ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଏସଓପି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଶ୍ରଦ୍ଧାଳମାନେ ଦର୍ଶନ କରିପାରିବେ । ପୂର୍ବ ଅପେକ୍ଷା ୨ ଘଣ୍ଟା ବୃଦ୍ଧି କରାଯାଇଛି । ତେବେ ଗଣେଷ ପୂଜା ଓ ବିଶ୍ୱକର୍ମା ପୂଜାରେ ବନ୍ଦ ରହିବ ମନ୍ଦିର । ଅକ୍ଟୋବର ମାସରେ ମଧ୍ୟ ୩ଦିନ ବନ୍ଦ ରହିବ ଶ୍ରୀମନ୍ଦିର ।

Share

Leave a Reply

Your email address will not be published. Required fields are marked *

nine − 9 =