ସିଆଇଆଇ ଦ୍ଵାରା ସମ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି | କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ |ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ | ସମାଜ ଓ ମାନବଜାତି ର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ |ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି |

କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲ ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି | ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି |

ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ | ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି |

ସିଆଇଆଇ ଓଡିଶା କାଉନସିଲ ର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ଶ୍ରୀ ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଶ୍ରୀମତୀ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ |

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ |

Share

Leave a Reply

Your email address will not be published. Required fields are marked *

fourteen + 2 =