Uncategorized

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୋନପୁର ଜିଲ୍ଲାର ଘରୋଇ, କୃଷି ତଥା ଶିଳ୍ପ ଉପଭୋକ୍ତାଙ୍କ ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଅଛି

ବୁର୍ଲା, 15.05.2024: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏହାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ବୃଦ୍ଧି ତଥା ବିତରଣ ବ୍ୟବସ୍ଥାର ଉନ୍ନତି ଦିଗରେ ଆଉ ଏକ ପଦକ୍ଷେପ ହାତକୁ ନେଇଛି ।

ଏହି ପରିପ୍ରେକ୍ଷୀରେ, ସୋନପୁର ଜିଲ୍ଲାର ଘରୋଇ, କୃଷି ଏବଂ ଶିଳ୍ପ ଉପଭୋକ୍ତାମାନଙ୍କ ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଦୋଳ ଠାରୁ କେତୁପାଲି ପର୍ଯ୍ୟନ୍ତ ବ୍ୟାପିଥିବା 11 କେ.ଭି. ବିଦ୍ୟୁତ୍ ତାରର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଅଛି ।

ପ୍ରକାଶଥାଉ କି, ବିଦ୍ୟମାନ 11 କେ.ଭି. ବିଦ୍ୟୁତ୍ ତାରଟି ଅନେକ ଆହ୍ୱାନପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେଉଅଛି । ମୁଖ୍ୟତଃ ଯାହାର କାରଣ ହେଉଛି, ପୁରୁଣା ଭିତ୍ତିଭୂମି ଏବଂ ଦିନକୁ ଦିନ ବୃଦ୍ଧି ପାଉଥିବା ବିଦ୍ୟୁତ୍‌ ଚାହିଦା । ଯେଉଁଥିପାଇଁ ଉକ୍ତ ଅଞ୍ଚଳର ଉପଭୋକ୍ତାମାନେ ଲ-ଭୋଲଟେଜ୍ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ବାଧାପ୍ରାପ୍ତ ହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏହି ଅଞ୍ଚଳରେ ହାତୀଙ୍କ ଗମାନାଗମନ ଦେଖିବାକୁ ମିଳିଥାଏ । ତେଣୁ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବର୍ତ୍ତମାନ କମ୍ ଉଚ୍ଚତାରେ ରହିଥିବା ଏହି 11 କେଭି ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସରବରାହ ବନ୍ଦ କରାଯିବାକୁ ଆବଶ୍ୟକ ହେଉଅଛି । ସେହିପରି ଉକ୍ତ ଅଞ୍ଚଳରେ ଅନେକ ଜଙ୍ଗଲ ରହିଥିବାରୁ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ବେଆଇନ ଭାବେ ବନ୍ୟଯନ୍ତୁ ଶିକାର କରିବା ଘଟଣା ମଧ୍ୟ ଆମ ନଜିରରେ ରହିଛି ।

ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ କମ୍ପାନୀ ପକ୍ଷରୁ ପାଖାପାଖି 16 କିଲୋମିଟର ଦୂରତା ବିଶିଷ୍ଟ ସିନ୍ଦୋଳ ଠାରୁ କେତୁପାଲି ପର୍ଯ୍ୟନ୍ତ ଏହି 11 କେ.ଭି. ବିଦ୍ୟୁତ୍ ତାରର ରୂପାନ୍ତିକରଣ କାର୍ଯ୍ୟ ଆରମ୍ଭ କରାଯାଇଅଛି । ଏହି 11 କେ.ଭି. ବିଦ୍ୟୁତ୍ ତାରର ଉନ୍ନତିକରଣ ହେବା ଫଳରେ ବିରମହାରାଜପୁର ବ୍ଲକର କେତୁପାଲି, ବେହେରାମାଲ, ରାଜନଗର, କପାସିରା, ସିନ୍ଦୋଳ, ଏସ୍. ପତ୍ରାପାଲି, କୁଟପାଲି ଆଦି ଅଞ୍ଚଳରେ ଥିବା ଘରୋଇ, କୃଷି, ତଥା ଶିଳ୍ପ ଉପଭୋକ୍ତାମାନେ ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇ ପାରିବେ । ଏହି 11 କେଭି ବିଦ୍ୟୁତ୍ ତାରର ଉନ୍ନତିକରଣ ଦ୍ୱାରା ଉକ୍ତ ଅଞ୍ଚଳର ପ୍ରାୟ 11 ଶହ ଉପଭୋକ୍ତା, 350 ଉଠା ଜଳସେଚନ ଏବଂ ଅନେକ ଚାଉଳ ମିଲ୍ ଗୁଡ଼ିକ ଉପକୃତ ହୋଇ ପାରିବେ । ଏହି ପ୍ରକଳ୍ପର କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହୋଇଥିବା ବେଳେ ସମଗ୍ର କାର୍ଯ୍ୟ ଶେଷ ହୋଇ ବିଦ୍ୟୁତ୍ ସଂଯୋଗ ହେବାକୁ 3 ମାସ ସମୟ ଲାଗିବ । ଏଥିଲାଗି କମ୍ପାନୀ ପକ୍ଷରୁ 2.71 କୋଟି ଖର୍ଚ୍ଚର ବ୍ୟୟ ବରାଦ କରାଯାଇେଅଛି ।

Share

Leave a Reply

Your email address will not be published. Required fields are marked *

two × three =