ଏବିଏଫ୍‌ଆର୍‌ଏଲ୍‌ରେ ନିର୍ଦେଶକ ଭାବେ ଅନନ୍ୟା ବିର୍ଲା ଓ ଆର୍ଯ୍ୟମାନ ବିର୍ଲା ସାମିଲ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଫେସନ୍ ଆଣ୍ଡ୍ ରିଟେଲ୍‌ର ବୋର୍ଡରେ ନିର୍ଦେଶକ ଭାବେ ଅନନ୍ୟା ବିର୍ଲା ଓ ଆର୍ଯ୍ୟମାନ ବିର୍ଲାଙ୍କୁ ସାମିଲ କରାଯାଇଛି । ଉଦ୍ୟମିତା ଓ ବ୍ୟବସାୟ ଗଠନରେ ଅନନ୍ୟା ଓ ଆର୍ଯ୍ୟମାନଙ୍କ ଗଭୀର ଅଭିଜ୍ଞତା ରହିଛି । ସେମାନେ ବୋର୍ଡରେ ସାମିଲ ହୋଇଥିବା ତାଙ୍କ ବ୍ୟବସାୟ ବୁଦ୍ଧିମତା ଦ୍ୱାରା ଏବପିଏଫ୍‌ଆର୍‌ବିଏଲ୍ ଉପକୃତ ହେବ ।
ଏହି ନିଯୁକ୍ତି ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି ଯେ, “ଆଦିତ୍ୟ ବିର୍ଲା ଫେସନ ଓ ରିଟେଲ୍ ଏକ ବିବିଧ ବର୍ଗ ଓ ଫର୍ମାଟରେ ଫେସନ ବ୍ରାଣ୍ଡ୍‌ଗୁଡ଼ିକର ଏକ ଦୃଢ଼ ପୋର୍ଟଫୋଲିଓ ଗଠନ କରିଛି ଯେଉଁଥିରେ ଭାରତୀୟ ପୋଷାକ ବଜାରର ସବୁ କ୍ଷେତ୍ର ସାମିଲ ରହିଛି । ଗତ କିଛିବର୍ଷ ଭିତରେ କଂପାନି ଏହାର ଡିଜିଟାଲ୍ ସଂସ୍ଥା ଟିଏମ୍‌ଆର୍‌ଡବ୍ଲୁ ଜରିଆରେ ଭାରତୀୟ ଡିଜାଇନର, ଲକ୍‌ଜୁରି, ସ୍ପୋର୍ଟସ୍‌ଓୟାର ଓ ନୂଆ ପିଢ଼ିର ବ୍ୟବସାୟ ସହ ସହଯୋଗିତାରେ କଂପାନି ଗତ କିଛି ବର୍ଷ ଭିତରେ ବିବିଧ ନୂଆ ଉଦୀୟମାନ ବର୍ଗରେ ପ୍ରବେଶ କରିଛି । ଏବିଏଫ୍‌ଆରଏଲ୍ ପ୍ଲାଟଫର୍ମ ଏବେ ଉଲ୍ଲେଖନୀୟ ଅଭିବୃଦ୍ଧିର ନୂଆ ତରଙ୍ଗରେ ରହିଛି । ଅନନ୍ୟା ଓ ଆର୍ଯ୍ୟମାନ ନିଜେ ଚୟନ କରିଥିବା କ୍ଷେତ୍ରରେ ସେମାନଙ୍କୁ ମିଳିଥିବା ବ୍ୟକ୍ତିଗତ ସଫଳତା ଏବଂ ସେମାନଙ୍କ ସ୍ୱାଧୀନ ଉଦ୍ୟମିତାରେ ଆଗୁଆ ସଫଳତା ତାଙ୍କୁ ବଡ଼ ଦାୟିତ୍ୱ ଦେବା ଲାଗି ଉପଯୁକ୍ତ କରିପାରିଛି । ନୂଆ ପିଢ଼ିର ବ୍ୟବସାୟ ମଡେଲ୍ ଓ ଗ୍ରାହକଙ୍କ ବ୍ୟବହାରରେ ହେଉଥିବ ପରିବର୍ତନକୁ ସେମାନେ ଭଲ ଭାବେ ବୁଝୁଥିବାରୁ ଏବିଏଫଆର୍‌ଏଲ୍ ବୋର୍ଡରେ ନୂତନ ଶକ୍ତିର ସଂଚାର ହେବ । ଅନନ୍ୟା ଓ ଆର୍ଯ୍ୟମାନ କଂପାନିର ମୂଲ୍ୟବୋଧ ସହ ଗଭୀର ଭାବେ ଜଡ଼ିତ ଏବଂ ଗ୍ରୁପ୍‌ର ଲକ୍ଷ୍ୟ ଉପରେ ଅଭିଳାଷପୂର୍ଣ୍ଣ ବିଶ୍ୱାସ ରହିଛି । ମୋର ବିଶ୍ୱାସ ରହିଛି ଯେ ଗ୍ରୁପ୍‌ର ସମୃଦ୍ଧ ଉଦ୍ୟମିତା ପରମ୍ପରା ଏବଂ ନିରନ୍ତର ଅଂଶଧନକାରୀ ମୂଲ୍ୟ ସୃଷ୍ଟି କରିବାରେ ସଫଳତାର ରେକର୍ଡ ଅନୁସାରେ ସେମାନେ ନିଜକୁ ଗଠନ କରିବେ ।’’
ଅନନ୍ୟା ବିର୍ଲା ଓ ଆର୍ଯ୍ୟମାନ ବିକ୍ରମ ବିର୍ଲାଙ୍କୁ ଆଦିତ୍ୟ ବିର୍ଲା ମ୍ୟାନେଜମେଂଟ୍ କର୍ପୋରେସନ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦେଶିକ ଭାବେ ନିଯୁକ୍ତ କରାଯାଇଛି ।
ମାତ୍ର ୧୭ ବର୍ଷ ବୟସରେ ଅନନ୍ୟା ସ୍ୱତନ୍ତ୍ର ମାଇକ୍ରୋଫିନ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ ନିଜର ପ୍ରଥମ କଂପାନି ଆରମ୍ଭ କରିଥିଲେ ଯାହା ହେଉଛି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ମାଇକ୍ରୋଫାଇନାନ୍ସ ସଂସ୍ଥା । ୧୦୦ କୋଟି ଡଲାରରୁ ଅଧିକ ପରିଚାଳନା ଅଧୀନ ସମ୍ପତି ଥିବା ଏହି କଂପନି ପାଇଁ ୭୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଇକାଇ ଆଶାଇ ନାମରେ ସେ ଏକ ହୋମ୍ ଡେକର ବ୍ରାଣ୍ଡ୍ ମଧ୍ୟ ସ୍ଥାପନ କରିଛନ୍ତି । ଏମ୍‌ପାୱାରକୁ ସେ ମିଳିତ ଭାବେ ଗଠନ କରିଛନ୍ତି । ସେ ହେଉଛନ୍ତି ଅନନ୍ୟା ବିର୍ଲା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ।
ଆର୍ଯ୍ୟମାନ ବିକ୍ରମ ବିର୍ଲାଙ୍କ ଉଦ୍ୟମିତା, ଭିସି ନିବେଶ ଏବଂ ପେସାଦାର କ୍ରୀଡ଼ା ଭଳି ବିବିଧ କ୍ଷେତ୍ରରେ ଅଭିଜ୍ଞତା ରହିଛି । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ବିଭିନ୍ନ ବ୍ୟବସାୟ ସହ ସେ ଜଡ଼ିତ । ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ ସହ ଆଲୋଚନାରେ ସେ ଗ୍ରୁପ୍‌କୁ ନୂଆ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରାଉଛନ୍ତି । ଟିଏମ୍‌ଆର୍‌ଡବ୍ଲୁକୁ ଆର୍ଯ୍ୟମାନ ଇନକୁବେଟ କରିଥିଲେ । କଂପାନିର ଭେଂଚର କ୍ୟାପିଟାଲ୍ ସଂସ୍ଥା ଆଦିତ୍ୟ ବିର୍ଲା ଭେଂଚରର ସେ ନେତୃତ୍ୱ ନେଉଛନ୍ତି । ସେ ଜଣେ ପ୍ରଥମ ଶ୍ରେଣୀର କ୍ରିକେଟ ଖେଳାଳି ମଧ୍ୟ ।

Share

Leave a Reply

Your email address will not be published. Required fields are marked *

sixteen − seven =