ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ସ୍ଥାନୀୟ ଯୁବପିଢ଼ିଙ୍କ ଦକ୍ଷତାରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ

କଳିଙ୍ଗନଗର: ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବା ସ୍ଥାନୀୟ ଯୁବପିଢ଼ିଙ୍କ ଦକ୍ଷତା ସ୍ତରରେ ଉନ୍ନତି ଆଣିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଭିଯାନର ଅଂଶ ସ୍ୱରୂପ ଫାଉଣ୍ଡେସନ ପକ୍ଷରୁ ଦ୍ୱିତୀୟ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ଲାଗି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ଥିବା ଟାଟା ଷ୍ଟିଲ୍ ଦକ୍ଷତା ବିକାଶ ସୋସାଇଟି (ଟିଏସ୍‌ଏସ୍‌ଡିଏସ୍‌) ପ୍ରାଇଭେଟ୍ ଆଇଟିଆଇ ଜଗନ୍ନାଥପୁରରେ ଦେଢ଼ ମାସର ଫିଟର ତାଲିମ କାର୍ଯ୍ୟକ୍ରମ ପାଇଁ ସୁବିଧା ପ୍ରଦାନ କରାଯାଇଛି ।
କଳିଙ୍ଗନଗର ଓ ଏହାର ଆଖପାଖ ଅଂଚଳର ୧୩ ଜଣିଆ ଛାତ୍ରଛାତ୍ରୀଙ୍କ ଏକ ଦଳକୁ ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପଠାଯାଇଛି । ଡୁବୁରି ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ କାର୍ଯ୍ୟାଳୟରେ ଏହି ପ୍ରଶିକ୍ଷାର୍ଥୀମାନଙ୍କ ସହ ଏକ ଆଲୋଚନା ଅଧିବେଶନକୁ ଟାଟା ଷ୍ଟିଲର ତାଲିମ ବିଭାଗର ମୁଖ୍ୟ ଶ୍ରୀ ସଂଜୟ ଭୂଷଣ ଚୌଧୁରୀ ଆୟୋଜନ କରିଥିଲେ ।
ନିକଟ କିଛି ବର୍ଷ ଭିତରେ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବା କଳିଙ୍ଗନଗର ଓ ଏହାର ଆଖପାଖ ଅଂଚଳର ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦକ୍ଷତା ଅନୁଶୀଳନ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହାମାରୀରେ ତାଙ୍କ ପ୍ରାକ୍ଟିକାଲ୍ କ୍ଲାସ୍ ପ୍ରଭାବିତ ହୋଇଥିଲା ଯେଉଁଥିପାଇଁ ତାଙ୍କ ଦକ୍ଷତାରେ ଅଭାବ ପରିଲକ୍ଷିତ ହୋଇଛି । ସେହି ଅଭାବକୁ ଦୂର କରିବା ସହ ଏହି ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ୍ ଜ୍ଞାନରେ ଉନ୍ନତି ଆଣିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଟିଏସ୍‌ଏସ୍‌ଡିଏସ୍ ପ୍ରାଇଭେଟ୍ ଆଇଟିଆଇ ଜଗନ୍ନାଥପୁର ସହ ସହଯୋଗିତା ସ୍ଥାପନ କରାଯାଇଛି ।
ଅନୁଶୀଳନ କରାଯାଇଥିବା ୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆଗ୍ରହ ଦେଖାଇଥିଲେ । ସେମାନଙ୍କୁ ପରବର୍ତୀ ପ୍ରଶିକ୍ଷଣ ପାଇଁ ଟିଏସ୍‌ଏସ୍‌ଡିଏସ୍ ପ୍ରାଇଭେଟ୍ ଆଇଟିଆଇ ଜଗନ୍ନାଥପୁରକୁ ପଠାଯାଇଛି ।
ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପରେ କାର୍ଯ୍ୟ କରିବା ଭଳି ପ୍ରସ୍ତୁତ କରିବା ପାଇଁ ଆସନ୍ତା ମାସଗୁଡ଼ିକରେ ଅଧିକରୁ ଅଧିକ ଛାତ୍ରାଛାତ୍ରୀଙ୍କୁ ଏଭଳି ତାଲିମ କାର୍ଯ୍ୟକ୍ରମକୁ ପଠାଯିବ । କଳିଙ୍ଗନଗରର ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଗ୍ରାଜୁଏଟମାନଙ୍କ ଦକ୍ଷତା ଅନ୍ତରକୁ ଦୂର କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ନିରନ୍ତର ଭାବେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

3 × four =