ନବ ଦାସଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା ପରେ ରାଜ୍ୟ ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଦାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଝାରସୁଗୁଡା ଏସପି ରାହୁଲ ଜେନଙ୍କୁ ବଦଳି କରାଯାଇଛି । ସେହି ସ୍ଥାନରେ ବରଗଡ ଏସପି ସ୍ମିତଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେବେ ନବଙ୍କ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ସମୟରେ ହଠାତ କାହିଁକି ପୋଲିସ ବିଭାଗରେ ଏପରି ଅଦଳବଦଳ କରାଗଲା ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଝାରସୁଗୁଡାରେ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ଏପରି କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

8 + 20 =