ବଦଳିବ ରାଜଧାନୀ ଏକ୍ସପ୍ରେସର ମାନଚିତ୍ର, ଦେଖନ୍ତୁ ଝଲକ

ଭୁବନେଶ୍ୱର() ବଦଳିବ ରାଜଥାନୀ ଏକ୍ସପ୍ରେସର ରୂପରେଖା । ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି । ଏହି ଡିଜାଇନରେ ରାଜଧାନୀ ଏକ୍ସପ୍ରେସର ବାହାର ପାଶ୍ୱର୍ରେ ଓଡ଼ିଶାର ପରିବେଶ, ପଶୁପକ୍ଷୀ, ବେଳାଭୂମି, ଅଲିଭ ରିଡଲେ କଇଁଛ, ପଟ୍ଟଚିତ୍ର, ପର୍ୟ୍ୟଟନସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟ ଓଡ଼ିଶା ପ୍ରସିଦ୍ଧ ମନ୍ଦିର ଆଦିର ଚିତ୍ର ରହିଛି ।

ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ନୁଆଦିଲ୍ଲୀ ଷ୍ଟେସନ୍ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି ।

Share

Leave a Reply

Your email address will not be published. Required fields are marked *

3 × 5 =