ଓଡ଼ିଶାର ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ୍ | ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି | ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକଙ୍କ ସୂଚନା |ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ ନିର୍ଦ୍ଦେଶକ ଏସ୍.କେ.ସିଂହ ଏନେଇ ସୂଚନା ପ୍ରଦାନ କରିଛନ୍ତି | ୧୮ଟି ରାଜ୍ୟରୁ ମୋଟ ୭୭୧ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି | ସେହିଭଳି ୭୭୧ଟି ଷ୍ଟ୍ରେନ୍ ମଧ୍ୟରୁ ୭୩୬ ଟି ୟୁକେ ଷ୍ଟ୍ରେନ୍ ଥିବା ସୂଚନା ଦେଇଛନ୍ତି ଏସ୍.କେ.ସିଂହ | ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି | ମୋଟ ୭୩୬ ଟି ୟୁକେ ଷ୍ଟ୍ରେନ୍ ମଧ୍ୟରୁ ଓଡିଶାରୁ ୩ଟି ୟୁକେ ଷ୍ଟ୍ରେନ୍ ଥିବା ସୂଚନା ମିଳିଛି |ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜବରୁ ଚିହ୍ନଟ ହୋଇଛି|

Share

Leave a Reply

Your email address will not be published. Required fields are marked *

seven + three =