ଅକ୍ଷୟ କୁମାରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ମିସ ଇଣ୍ଡିଆ-ଏସିଆ ପେସିଫିକ୍ର ଟାଇଟେଲ ଜିତିଥିବା ପୂଜା ବାତ୍ରା ଫିଲ୍ମ ବିରାସତରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ପୂଜାଙ୍କ ସହ ତବ୍ବୁ ଭଳି ପ୍ରତିଭାଶାଳୀ ଅଭିନେତ୍ରୀ ମଧ୍ୟ ନଜର ଆସିଥିଲେ। ଫିଲ୍ମରେ ପୂଜାଙ୍କର କୌଣସି ବଡ ଭୂମିକା ନଥିଲା। ତଥାପି ଦର୍ଶକ ତାଙ୍କୁ ଦେଖି ବହୁତ ପସନ୍ଦ କରିଥିଲେ।

ଧୀରେ ଧୀରେ ପୂଜାଙ୍କ ସଫଳତା ବଢିବାକୁ ଲାଗିଲା। ପୂଜା ବାତ୍ରା ନିଜ କ୍ୟାରିଅରରେ ଅନୀଲ କପୁରଙ୍କ ବ୍ୟତୀତ ଗୋବିନ୍ଦା, ସଞ୍ଜୟ ଦତ୍ତ ଓ ଅକ୍ଷୟ କୁମାର ଭଳି ସଫଳ ଷ୍ଟାରଙ୍କ ସହ ପରଦାରେ ନଜର ଆସିଛନ୍ତି।

ତେବେ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ସହ ପୂଜା ବାତ୍ରାଙ୍କ ଲଭ ଆଫେୟର ମଧ୍ୟ ବେଶ ଚର୍ଚ୍ଚାରେ ଥିଲା। ଉଭୟଙ୍କ ରିଲେସନଶିପ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା। ଅକ୍ଷୟ କୁମାରଙ୍କ କ୍ୟାରିଅର ସୁଧାରିବାରେ ପୂଜାଙ୍କର ବଡ ଭୂମିକା ରହିଛି। ଉଭୟଙ୍କ ପ୍ରଫେସନାଲ ଲାଇଫ ଓ ପର୍ସନାଲ ଲାଇଫ ବହୁତ ଭଲ ଥିଲା ହେଲେ ଅକ୍ଷୟ ପୂଜାଙ୍କ ସହ ବ୍ରେକ ଅପ କରିଥିଲେ। ସୂଚନାଯୋଗ୍ୟ ଯେ, ଅନ୍ୟ କାହା ସହ ପ୍ରେମରେ ପଡି ଅକ୍ଷୟ ପୂଜାଙ୍କୁ ଛାଡିଥିଲେ।

ପୂଜାଙ୍କ ପାଇଁ ଏହା ଏକ ବଡ ଝଟ୍କା ଥିଲା ଯାହା ସେ ସହି ପାରିନଥିଲେ। ସେତେବେଳେ ସେ ଜଣେ NRIଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଭାରତ ଛାଡି ଲସ ଏଂଜେଲସ ଚାଲିଯାଇଥିଲେ। ଅଭିନୟ ଛାଡି ସମାଜ ସେବା କରିବା ଆରମ୍ଭ କରିଥିଲେ ପୂଜା।

Share

Leave a Reply

Your email address will not be published. Required fields are marked *

2 × 2 =