‘ମୋ ସରକାର’ ଟିମ ରିପୋର୍ଟ ଆଧାରରେ ଡାକ୍ତରଖାନା ପାଇଁ ଭିତ୍ତିଭୂମୀ ବିକାଶ ଯୋଜନା

ଭୁବନେଶ୍ବର () ମୋ ସରକାର ଟିମର ତୃତୀୟ ଗସ୍ତ ରିପୋର୍ଟ ଆଧାରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉଲକେଲା ସରକାରୀ ଡାକ୍ତରଖାନାର ଭିତ୍ତିଭୂମୀ ବିକାଶ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଆରଜିଏଚ ପାଇଁ ଭିତ୍ତିଭୂମୀ ବିକାଶ ପାଇଁ ଆତିରିକ୍ତ ପାଣ୍ଠି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମୀ ବିକାଶ ସହ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ତଥା କର୍ମଚାରୀଙ୍କ କ୍ବାଟର ନିର୍ମାଣ ପାଇଁ ଜିଲ୍ଲା ମିନେରାଲ ଫଣ୍ଡରୁ ଆର୍ଥିକ ସହାୟତା ଦିଆଯିବ । ରକ୍ତଦାନ କ୍ୟାମ୍ପ ଆୟୋଜନ ପାଇଁ ପ୍ରୋତ୍ସାହିତ କରିବାକୁ ସୁନ୍ଦରଗଡ ଏସପିଙ୍କୁ 10 ଲକ୍ଷ ଟଙ୍କା ଦିଆଯିବ । ଏହି ମୁଖ୍ୟ ଚିକିତ୍ସାଳୟକୁ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରୟାଣ ଗାଡି ଦିଆଯିବ ।

ରାଉଲକେଲା ସରକାରୀ ଡାକ୍ତରଖାନା ବା ଆରଜିଏଚର ସଯ୍ୟା ସଂଖ୍ୟା 400କୁ ବୃଦ୍ଧି କରାଯିବ । ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ କଲ୍ୟାଣ ଓ ଅନ୍ୟାନ ଅଭିନବ କାର୍ଯ୍ୟ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 15 ଲକ୍ଷ ଟଙ୍କା ଦିଆଯିବ । ରାଉଲକେଲା ଏସପିଙ୍କୁ ରକ୍ତଦାନ କ୍ୟାମ୍ପର ଆୟୋଜନ ପାଇଁ 10ଲକ୍ଷ ଟଙ୍କା ଦିଆଯିବ ।

କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମୀ ବିକାଶ ପାଇଁ ଜିଲ୍ଲା ମିନେରାଲ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ । ସେହିଭଳି ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବାକୁ ରୋଗୀ କଲ୍ୟାଣ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 15 ଲକ୍ଷ ଟଙ୍କା ଦିଆଯିବ । ଏଥିସହିତ ରକ୍ତଦାନ କ୍ୟାମ୍ପର ଆୟୋଜନ ପାଇଁ ମୟୁରଭଞ୍ଜ ଏସପିଙ୍କୁ 10 ଲକ୍ଷ ଟଙ୍କା ସହାୟତା ଦିଆଯିବ ।

Share

Leave a Reply

Your email address will not be published. Required fields are marked *

13 − 3 =