ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟଉଛି ବିଜେଡି

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେଉଛି ସେମିଫାଇନାଲ ସଦୃଶ । ତେଣୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଚେଷ୍ଟା କରିବେ କି ନିର୍ବାଚନ ଜିତିବା ସହ ୨୦୨୪ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଶିବିର ଛାଡ଼ି ବିଜେଡି ମୁହାଁ ହେଉଛନ୍ତି ତୁଙ୍ଗ ନେତା । ପ୍ରତିଦିନ ଦଳରେ ଯୋଗ ଦେଉଛନ୍ତି ଶହ ଶହ କର୍ମକର୍ତ୍ତା ।

ନିକଟରେ ଯାଜପୁର ବିଜେପିର ଜଣାଶୁଣା ଚେହେରା ବିଶ୍ୱରଞ୍ଜନ ମଲ୍ଲିକ ବିଜେଡି ଯୋଗ ଦେଇଥିବାବେଳେ ଆଜି ଆଦିବାସୀ ନେତା ତଥା ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ମଧ୍ୟ ନବୀନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ମିଶ୍ରଣ ପର୍ବ । ତେବେ ବିରୋଧୀଙ୍କ ରଣନୀତି ନବୀନ ମାଷ୍ଟର ଷ୍ଟ୍ରାଟେଜି ଆଗରେ ହାର ମାନିଛି । ଆଉ ବିରୋଧୀ ଶିବିର ଧିରେ ଧିରେ ନେତାଶୂନ୍ୟ ମଧ୍ୟ ହେବାକୁ ଯାଉଥିବା ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × three =