କୁନ୍ଦୁଲି ଦୁଷ୍କର୍ମ : ଦୁଷ୍କର୍ମର ନାହିଁ ଚିହ୍ନବର୍ଣ୍ଣ, କାହିଁକି ମିଛ ଅଭିଯୋଗ ତାହା ଏକ ବଡ ପ୍ରଶ୍ନ

ଭୁବନେଶ୍ୱର () କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା ବେଳେ ଏଥିରେ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତଦନ୍ତ କମିଶନ ସନ୍ଦେହ ପ୍ରକାଶ କରିଛନ୍ତି। ଗତ 2017 ଅକ୍ଟୋବର 10 ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମୂଷାଗୁଡା ଗାଁର ଏକ ନାବାଳିକାଙ୍କୁ କୁନ୍ଦୁଲି ହାଟରୁ ଫେରୁଥିବା ବେଳେ ଉଠାଇନେଇ ଚାରିଜଣ କୋବ୍ରା ବଟାଲିଆନର ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ । କମିଶନ ଏହି ଘଟଣାରେ 15 ଜଣ ସାକ୍ଷୀଙ୍କ ଜେରା କରିଛନ୍ତି ।
କମିଶନ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ ବୋଲି କହିଛନ୍ତି । ଜଣେ ନାବାଳିକା ନିଜ ମାନସମ୍ମାନକୁ ବାଜି ଲଗେଇ ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ନେଇ କାହିଁକି ମିଛ ଅଭିଯୋଗ କରିଥିଲେ ତାହା ଏକ ବଡ଼ ପ୍ରଶ୍ନ । ବିଭିନ୍ନ ଲୋକଙ୍କ ମୁଣ୍ଡରେ ବିଭିନ୍ନ କାରଣରୁ ମିଛ ଅଭିଯୋଗ କରିଥାନ୍ତି । ନାବାଳିକା ନିଜେ ଏଭଳି ମିଛ ଅଭିଯୋଗ ଓ ଆତ୍ମହତ୍ୟାର କାରଣ କହିପାରିଥାନ୍ତେ । ମିଛ ଅଭିଯୋଗର କାରଣ ଏବେବି ରାହସ୍ୟବୃତ ହୋଇ ରହିଛି ।
ସମ୍ପୃକ୍ତ ନାବାଳିକା ପ୍ରତି କୌଣସି ଦୁଷ୍କର୍ମ ହୋଇନଥିବା ତଦନ୍ତ ସମୟରେ ଏବଂ ଡାକ୍ତରୀ ମଇନାରୁ ସଂକେତ ମିଳୁଛି । ତେବେ ତାର ହାତ ଓ ଛାତିରେ ହୋଇଥିବା କ୍ଷତର ପ୍ରକୃତ କାରଣ ସ୍ପଷ୍ଟ ନୁହେଁ । କମିଶନ ଏହି ଘଟଣାର ତଦନ୍ତ ସହ କେତେକ ପରାମର୍ଶ ଦେଇଛନ୍ତି । କୌଣସି ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପରିଚୟ ଗୁପ୍ତ ରଖାଯାଉ । ଏଥିସହ ଏଭଳି ଘଟଣାର ତଦନ୍ତ ସାଧାରଣ ଲୋକ କିମ୍ବା ଗଣମାଧ୍ୟମ ସମ୍ମୁଖରେ ନକରିବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରି ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । ସେହିଭଳି କୁନ୍ଦୁଲି ଛକରୁ ନାବଳିକାର ପ୍ରର୍ତ୍ତିମୂର୍ତ୍ତି ହଟେଇବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

5 × 5 =