ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ପଖାଳ ଭାତ

ଭୁବନେଶ୍ୱର() ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆଙ୍କ ପ୍ରାଣ ପଖାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ଏ କଥା ଖୋଦ ସେ ନିଜେ କହିଛନ୍ତି । ଦୁରଦର୍ଶନରେ ପ୍ରସାରିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମକୁ ଦେଇଥିବା ବିଶେଷ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ ।

ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡିଛି । ଆମ ଘର ଆମ ହାଣ୍ଡିଶାଳ ନାମରେ ଚାଲିଥିବା ରୋଷେଇ ପ୍ରତିଯୋଗିତା ଆସନ୍ତାକାଲି ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ୟ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନର କଥା କହିଛନ୍ତି । ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ । ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ଋଚି ପ୍ରତି ମୋର ବିଶେଷ ଆଗ୍ରହ ରହିଛି । ଓଡ଼ିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡ଼ିଆ ଖାଦ୍ୟ ପରଷିଥାଏ । ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ରହିଛି । ବିଶେଷ କରି ପଖାଳ ମୋର ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − eight =