ବିଧାୟକଙ୍କ ସହ ଆଲୋଚନା ପରେ ହେବ ରୋଡ ମ୍ୟାପ : କୃଷିମନ୍ତ୍ରୀ

ଭୁବନେଶ୍ୱର () କୃଷି ଓ କୃଷକଙ୍କ ସାମୁହିକ ବିକାଶ ପାଇଁ ରାଜ୍ୟ ସରକାର ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏଥିପାଇଁ ସବୁ ବିଧାୟକଙ୍କ ପରାମର୍ଶ ନିଆଯିବ । ଆଜି ବିଧାନସଭା ପ୍ରଶ୍ନକାଳରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି । ଏହି ଆଲୋଚନାରେ ସେ ବରିଷ୍ଠ ବିଧାୟକମାନେ ଦେଇଥିବା ପ୍ରସ୍ତାବକୁ ସମ୍ମାନ ଜଣାଇଥିଲେ ।
2011ଜନଗଣନା ଅନୁଯାୟୀ ଓଡ଼ିଶାରେ 57ଲକ୍ଷ ଚାଷୀ କୃଷି ଉପରେ ନିର୍ଭର କରୁଛନ୍ତି। ଏଥିରୁ 32.8ଲକ୍ଷ ଚାଷୀ କୃଷକ ଓ 24.20 ଲକ୍ଷ ଚାଷୀ କୃଷି ଶ୍ରମିକ। 2021ରେ ପରବର୍ତ୍ତୀ ଜନଗଣନା ପରେ ଅଧିକ ତଥ୍ୟ ଆସିବ।
ଏଥିସହ ସେ କହିଥିଲେ ଯେ, କାଳିଆ ଯୋଜନାରେ ଏବେ ସୁଦ୍ଧା 22 ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ସହାୟତ ଦିଆଯାଇଥିବା ବେଳେ ସବୁଜ ଫର୍ମରେ ଆଉ 50 ଲକ୍ଷ ଚାଷୀ ଆବେଦନ କରିଛନ୍ତି । ସେସବୁ ଆବେଦନର ତର୍ଜମା ଚାଲିଛି । ଚୂଡାନ୍ତ ତାଲିକା ପ୍ରସ୍ତୁତ ହେଲେ  ଗୃହକୁ ଜଣାଇଦିଆଯିବ ।
ସେହିଭଳି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର 2001 ଓ 2011 ମଧ୍ୟରେ କେତେ ଚାଷୀ କୃଷି କାର୍ଯ୍ୟ ଛାଡିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କୃଷିମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରଶଂସା କରୁଥିଲେ । ରାଜ୍ୟର କୃଷି କ୍ଷେତ୍ର ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ବିଭାଗ ଏହି ତଥ୍ୟର ସମୀକ୍ଷା କରିବ । ତେବେ ପ୍ରତି ବର୍ଷ ରାଜ୍ୟର ଉତ୍ପାଦନ ବଢୁଛି ଏବଂ ଓଡିଶା ଏଥିପାଇଁ 5 ଥର କୃଷି କର୍ମଣ ପୁରସ୍କାର ପାଇଛି । ତେଣୁ ଚାଷୀ ଚାଷ କାର୍ଯ୍ୟ ଛାଡୁନଥିବେ ବୋଲି ସେ କହିଥିଲେ ।
ଏଥିସହ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, କୃଷି ଉଦ୍ୟୋଗରେ 934 ପ୍ରତ୍ୟକ୍ଷ 3736 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି। କୃଷି ସେବା କେନ୍ଦ୍ର ଜରିଆରେ 2587 ପ୍ରତ୍ୟକ୍ଷ 10,348 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି।
Share

Leave a Reply

Your email address will not be published. Required fields are marked *

seven − 4 =