ବିଜେପୁର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ବରଗଡ ଏସପିଙ୍କ କାର୍ୟ୍ୟାଳୟରେ ବସିଛି ସମୀକ୍ଷା ବୈଠକ । ଏହି ବୈଠକରେ ପଶ୍ଚିମାଂଚଳଆଇଜି ହିମାଂଶୁ ଲାଲ୍, ୬ଜଣ ଏସପି, ଏଡିଜି ଆଇନ ଶୃଙ୍ଖଳା, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେଶାଲ ବ୍ରାଞ୍ଚ, ବିଏସଏଫ ଆଇଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ, ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ସଜାଗ୍ ରହିଛନ୍ତି । ଦଶହରା ପାଇଁ ପ୍ରଚାର ସାମାନ୍ୟ ଧିମେଇ ଥିଲେ ବି ଦଳୀୟ ବୈଠକ ଓ କର୍ମୀ ସମ୍ମିଳନୀ ଭୋଟରଙ୍କୁ ଉତ୍କଣ୍ଠିତ କରିଛି । ଏନେଇ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବା ବେଳେ ଆସନ୍ତା ୧୭ ତାରିଖରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତରେ ଯାଉଛନ୍ତି । ସେଠାରେ ନବୀନ ଦୁଇ ଦିନ ରହିବା ସହ ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ୟ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

4 × 3 =